ଖୁବ ଶୀଘ୍ର ସ୍ପଷ୍ଟ ହୋଇପାରେ ଧୋନୀଙ୍କ ଅବସର ନିଷ୍ପତ୍ତି 

ଓଡ଼ିଆ ବାର୍ତ୍ତା/ ଚେନ୍ନାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଆରସିବିଠାରୁ ହାରି ପ୍ଲେ ଅଫରୁ ବାଦ ପଡିଛି । ଚେନ୍ନାଇ ବିଦାୟ ନେବା ପରେ ମହେନ୍ଦ୍ର ସିଂ ଧୋନୀ କେବେ ଅବସର ନେବେ ସେ ନେଇ ଆଲୋଚନା ଜୋର ଧରିଛି । ୪୨ ବର୍ଷୀୟ ଧୋନୀ ଏହି ମ୍ୟାଚ ପରେ ରାଂଚୀ ପ୍ରତ୍ୟାବର୍ତନ କରିଛନ୍ତି । ଚେନ୍ନାଇ ଫ୍ରାଂଚାଇଜର, ଟିମ ମ୍ୟାନେଜମେଂଟ କିମ୍ବା ସାଥୀ ଖେଳାଳିଙ୍କୁ ଅବସର ନେବା କଥା ନେଇ କୌଣସି ସୂଚନା ଦେଇ ନାହାନ୍ତି । ଅବଶ୍ୟ ଜଣେ ସିନିୟର ଖେଳାଳିଙ୍କ ମତରେ ଏହା ସମ୍ପୂର୍ଣ୍ଣ ଭାବେ ତାଙ୍କର ବ୍ୟକ୍ତିଗତ ନିଷ୍ପତି, ଏଥିରେ ଆମେ କଣ କହି ପାରିବୁ । ୨୦୨୫ରେ ମେଗା ନିଲାମ ହେବ । ଏହା ପୂର୍ବରୁ ରିଟେନସନ ପଲିସରେ କେତେକ ପରିବର୍ତନ କରାଯାଇପାରେ । ଅନ୍ୟ ଅର୍ଥରେ ଏହି ପଲିସି ଧୋନୀ ଅବସର ନେବେ କି ନାହିଁ ତାହା ସ୍ଥିର କରିବ । ସେ ଆଘାତପ୍ରାପ୍ତ ଥିଲେ ମଧ୍ୟ ଉଭୟ କିପିଂ ଓ ବ୍ୟାଟିଂରେ ଭଲ ଫର୍ମରେ ଅଛନ୍ତି । ତାଙ୍କୁ ଦଳ ଇମ୍ପାକ୍ଟ ପ୍ଲେୟାର ଭାବେ ବ୍ୟବହାର କରିବାରେ କୌଣସି ଅସୁବିଧା ନାହିଁ । ଚେନ୍ନାଇ ରିତୁରାଜ ଗାଏକ୍ୱାଡ, ରବୀନ୍ଦ୍ର ଜାଡେଜା, ଶିବମ ଦୁବେ ଓ ମହୀଶା ପାଥିରନାଙ୍କୁ ରିଟେନ କରିବା ଏକପ୍ରକାର ନିଶ୍ଚିତ । ଗୋଟିଏ ଟିମ ୫ ଖେଳାଳିଙ୍କୁ ରଖିପାରିବ । ଧୋନୀ ଯଦି ଅବସର ନ ନେଲେ ଚେନ୍ନାଇ ତାଙ୍କୁ ମଧ୍ୟ ରିଟେନ କରିପାରେ । ଅବଶ୍ୟ ଧୋନୀଙ୍କ ଅବସର ସମ୍ପର୍କୀତ ନିଷ୍ପତି ଖୁବ ଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.