ରାଜ୍ୟ ସ୍ଥରରେ ଲାଞ୍ଜିଗଡ ବେଷ୍ଟ ବ୍ଲକ ଓ ଲାଞ୍ଜିଗଡ ରୋଡ ବେଷ୍ଟ ପଞ୍ଚାୟତ
ଲାଞ୍ଜିଗଡ,୨୭/୬ : କଳାହାଣ୍ଡି ଜିଲ୍ଲାର ଉପାନ୍ତ ଅଞ୍ଚଳ ତଥା ଆଦିବାସୀ ବହୁଳ ବ୍ଲକ ଲାଞ୍ଜିଗଡ ରାଜ୍ୟ ସ୍ଥରରେ ବେଷ୍ଟ ବ୍ଲକ ଭାବରେ ଷ୍ଟେଟ ଇନସେନଟିଭ ଆୱାର୍ଡ ୨୦୧୭ – ୧୮ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ଚିଠି ସଂଖ୍ୟା ୧୦୦୮୫ ଅନୁସାରେ ପିଏସ ସିଡୁଲ୍ଡ ଏରିଆ ଭାବରେ ଲାଞ୍ଜିଗଡ ବ୍ଲକକୁ ପୁରସ୍କାର ସ୍ବରୂପ ୧୦ ଲକ୍ଷ ଟଙ୍କା ମିଳିବ । ସେହିପରି ରାଜ୍ୟର ୩୦ ଟି ଜିଲ୍ଲା ମଧ୍ୟରୁ ୨୩ଟି ଜିଲ୍ଲାର ୨୩ଟି ପଞ୍ଚାୟତ ପ୍ରତ୍ୟେକ ଷ୍ଟେଟ ଇନସେନଟିଭ ଆୱାର୍ଡ ଭାବରେ ୩ ଲକ୍ଷ ଲେଖାଏଁ ପାଇବେ । ଏହି ଜିଲ୍ଲା ମାନଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲାରୁ ଲାଞ୍ଜିଗଡ ରୋଡ କୁ ଏହି ପୁରସ୍କାର ମିଳିବ ।