ଜଳକଷ୍ଟରେ ଅତିଷ୍ଠ ଟେମରା ଗ୍ରାମବାସୀ : ବେପରୁଆ ମନ୍ତବ୍ୟ ଦେଉଛନ୍ତି କନିଷ୍ଠ ଯନ୍ତ୍ରୀ

ଗାଁ ଲୋକଙ୍କୁ କହିଦିଅ କାଣା ହେଇଛେ ମୁହିଁ ବୁଝିଦେବି – ବିଭାଗୀୟ କନିଷ୍ଠ ଯନ୍ତ୍ରୀ

କଳାହାଣ୍ଡି/କୋକସରା,୨୭/୬ : ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗଇବା ଉଦ୍ଦେଶ୍ୟରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ପ୍ରତି ଗାଁରେ ଓଭରହେଡ୍ ଟ୍ୟାଙ୍କ କରି ପାଇପ୍ ଯୋଗେ ପାଣି ଯୋଗାଉଛନ୍ତି । ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଟେମରା ଗ୍ରାମରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଗାଁରେ ଥିବା ଉଠାଜଳ ସେଚନ ପ୍ରକଳ୍ପ ଦିର୍ଘ ୪୫ ଦିନ ହେବ କୌଣସି କାରଣ ବସତଃ ଜଳ ଯୋଗାଣ ବ୍ୟବସ୍ଥା ଠପ୍ ହୋଇଯାଇଛି । ଯାହାରି ଫଳରେ ଗ୍ରାମବାସୀ ଜଳ କଷ୍ଟ ଭୋଗୁଛନ୍ତି ।

ଏନେଇ ଗ୍ରାମବାସୀ ୱାର୍ଡ ସଭ୍ୟ, ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ନିଶୁଃକ ସହାୟତା କେନ୍ଦ୍ର ନଂ- ୧୯୧୬ ରେ ମଧ୍ୟ ଯୋଗାଯୋଗ କରିସାରିଲେଣି ହେଲେ କୌଣସି ପ୍ରତିକ୍ରିୟା ମିଲୁନି । ବାରମ୍ବାର ଜଣାଇବା ସତ୍ତ୍ବେ କେହି କର୍ଣ୍ଣପାତ କରୁନଥିବାରୁ ଶେଷରେ ଗଣମାଧ୍ୟମ ପାଖରେ ଅଭିଯୋଗ କରିଛନ୍ତି । ଏଠାରେ ସୁଚନା ଯୋଗ୍ୟଯେ, ଟେମରା ଗ୍ରାମର ଜନସଂଖ୍ୟା ପ୍ରାୟ ୨୬ ଶହ ରହିଥିବା ବେଳେ ପାନୀୟ ଜଳ ନିମନ୍ତେ ଗାଁରେ ୭ ଗୋଟି ନଲକୂପ ରହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଗ୍ରୀଷ୍ମ ଋତୁରେ ଯେମିତି ଜନ ସାଧାରଣ ଜଳକଷ୍ଟ ନଭୋଗନ୍ତୁ ସେଥିପାଇଁ ସରକାର ଅନେକ ପ୍ରକାର ବ୍ୟବସ୍ଥା କରି ସବୁବେଲେ ସତର୍କ ରହିବାପାଇଁ ବିଭାଗୀୟ କର୍ମକର୍ତ୍ତା ମାନଙ୍କୁ ନିଦ୍ଦେର୍ଷ ଦେଇଛନ୍ତି । ହେଲେ ଟେମାରା ଗ୍ରାମରେ ଦିର୍ଘ ୪୫ ଦିନ ହେବ ଜଳ ଯୋଗାଣ ବ୍ୟବସ୍ଥା ଠପ୍ ହୋଇଯାଇଥିବା ବେଳେ ଗ୍ରୀଷ୍ମ ସରି ବର୍ଷା ଆରମ୍ଭ ହେଲାଣି ହେଲେ ସମସ୍ୟାର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ ।

 

ଏନେଇ କୋକସରା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଅଜିତ କୁମାର ସେଠୀଙ୍କୁ ଫୋନ ଯୋଗେ ସମସ୍ୟା ବିଷୟରେ ଅବଗତ କରିବାରୁ ଯନ୍ତ୍ରୀ ମହାଶୟ ସମସ୍ୟାର ସମାଧାନ କରିବା ବଦଲରେ ସରପଞ୍ଚକୁ ଜଣାନ୍ତୁ, ସେମାନେ ମେତେ କେବେ ଜଣାଇ ନାହଁନ୍ତି । ତମେ ମୋତେ ଆଜି ଫୋନକଲ ୪୫ ଦିନ ହେବବୋଲି କାହିଁ କହୁଛ, ଆଜି ହୋଇଛି ବୋଲି କୁହ । ତୁମେ ଗାଁ ଲୋକଙ୍କୁ ପଚାର କାହାକେ କାହାକେ ଜଣାଇଛନ୍ ପଚାର, ଗାଁ ଲୋକ ମୋତେ ନେଇ ଜାନଲାରା କି ତୁମେ ଆକା ସବୁଜାଣିଛକି ଗାଁର ଲୋକଙ୍କୁ କହିଦିଅ କାଣା ହେଇଛେ ମୁହିଁ ବୁଝିଦେବି ବୋଲି ସଫେଇ ଦେଇଥିଲେ ।

ଏପଟେ ଗ୍ରାମବାସୀଙ୍କୁ ଜଳକଷ୍ଟ ଯୋତିକି ହେଉଛି ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଏଭଲି ବେପରୁଆ ମନ୍ତବ୍ୟ ଲୋକଙ୍କୁ ଆହୁରୀ ଦ୍ୱିଗୁଣିତ କଷ୍ଟ ଦେଇଛି ବୋଲି ସାଧାରଣରେ କ୍ଷେଭ ପ୍ରକାଶ ପାଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ପାରେଶ୍ୱର ପାଣିଗ୍ରାହୀ, ପ୍ରଭାତ ରଞ୍ଜନ ସତ୍ନାମି, ମହାଦେବ ବେଶ୍ରା, ହିରାଧର ସତସନାମି, ୱାର୍ଡ ସଭ୍ୟ କେଦାର ସତନାମି ସମେତ ବହୁ ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପଟେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଏଭଲି ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରିବା ସହ ବିଭାଗୀୟ ଉଚ୍ଚ ଅଧିକାରୀ ଏହାର ଉଚିତ୍ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

କଳାହାଣ୍ଡିରୁ ଜଗଦିଶ ଚନ୍ଦ୍ର ନାଏକଙ୍କ ସହ କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.