ରଙ୍ଗପାଣି ଷ୍ଟେସନ ନିକଟରେ ଟ୍ରେନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି 

ଓଡ଼ିଆ ବାର୍ତ୍ତା/ କୋଲକାତା: ଉତ୍ତର ପଶ୍ଚିମବଙ୍ଗ ନ୍ୟୁ ଜାଲପାଇଗୁଡି ଷ୍ଟେସନଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଥିବା ରଙ୍ଗପାଣି ଷ୍ଟେସନ ନିକଟରେ ଏକ ମାଲବହି ଟ୍ରେନର ଇଞ୍ଜିନ ସହିତ ପଛପଟୁ ଧକ୍କା ହେବାରୁ ଅଗରତାଲାରୁ ଆସୁଥିବା ୧୩୧୭୪ କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁଇଟି କୋଚ୍ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଥିବାବେଳେ ୬୦ରୁ ଅଧିକ ଜଣ ଲୋକ ଆହତ ହୋଇଥିବା କୁହାଯାଉଛି। ସମସ୍ତ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ଚିକିତ୍ସା ଜାରି ରହିଛି। ଏହି ଭୟାବହ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ PMO ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଏହା ବ୍ୟତୀତ ସମସ୍ତ ଆହତଙ୍କୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.