‘ଭଲ କବିତାର ଖୋଜ୍’ ପକ୍ଷରୁ ଯୁବ ପୁରସ୍କାର ବିଜେତା ସଞ୍ଜୟ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଲେ ବାଲେଶ୍ଵରର ଲେଖକ

୭୬ତମ ଆସରରେ ଅତିଥି କବି ଭାବେ ଯୋଗଦେଲେ ଅମିୟ ରଞ୍ଜନ ମହାପାତ୍ର : କହିଲେ ଭଲ କବିତାର ଖୋଜ୍ ଏକ ଈର୍ଷଣୀୟ ମଞ୍ଚ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ସହର ବିବେକାନନ୍ଦ ମାର୍ଗ ସ୍ଥିତ ଶାନ୍ତି ଗେଷ୍ଟ ହାଉସର ଡାଲଚିନି ହଲ୍ ଠାରେ ‘ଭଲ କବିତାର ଖୋଜ୍’ ପକ୍ଷରୁ ୭୬ତମ ଆସର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି କବି ଭାବରେ ସୁଖ୍ୟାତ କବି ଅମିୟ ରଞ୍ଜନ ମହାପାତ୍ର ଯୋଗ ଦେଇଥିବା ବେଳେ ବିଶେଷ ଆମନ୍ତ୍ରିତ ଅତିଥି ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ବିଜେତା ଗାଳ୍ପିକ ସଞ୍ଜୟ ପଣ୍ଡା ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ଶ୍ରୀଦେବ, ଗୀତିକାର ପୂର୍ଣ୍ଣେନ୍ଦୁ ଦାସ ମହାପାତ୍ର, ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ, କବି ରଞ୍ଜନ ବାଗ, କବି କମଳିନୀ କାସ୍ତ, କୃଷ୍ଣ କୁମାର ମହାନ୍ତି ଓ ଉତ୍ପଳ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ‘ଭଲ କବିତାର ଖୋଜ୍’ର ଅନ୍ୟତମ ଆବାହକ କୃଷ୍ଣ କୁମାର ମହାନ୍ତି ସ୍ଵାଗତ ଅଭିଭାଷଣ ଓ ଅତିଥି ପରିଚୟ ଦେବା ପରେ କବି ଶ୍ରୀଦେବ ଅମିୟ ରଞ୍ଜନ ମହାପାତ୍ର ଓ ସଞ୍ଜୟ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ। ନୂଆ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଭଲ କବିତାର ଖୋଜ୍ ଆଜି ଯେଉଁଠି ପହଞ୍ଚି ପାରିଛି ସେଥିପାଇଁ ବାଲେଶ୍ଵର ମାଟିର ଲେଖକଙ୍କୁ ତାରିଫ କରିବାକୁ ପଡିବ। ବାଲେଶ୍ଵର ଓ କଟକ ପାଖାପାଖି ଦୁଇଟି ଜିଲ୍ଲା ପରି ମନେହୁଏ ଏଇଥି ପାଇଁ ଯେ ସବୁବେଳେ ଏ ଦୁଇ ଜିଲ୍ଲାର ଲେଖକମାନଙ୍କ ସହିତ ଯୋଡଥାଏ ଏକ ଅଛିଣ୍ଡା ସମ୍ପର୍କର ଡୋର। ବେଳେବେଳେ ଲାଗେ ଭଲ କବିତାର ଖୋଜ୍ ଭଳି ଏକ ଈର୍ଷଣୀୟ ମଞ୍ଚ କାହିଁକି କଟକରେ ହେଲା ନାହିଁ! ନୂଆ ପ୍ରତିଭାଙ୍କୁ ଖୋଜି ବାହାର କରିବା ଦିଗରେ ଏହି ମଞ୍ଚର ଆବଶ୍ୟକତା ରହିଛି ଏବଂ ଏଭଳି କାର୍ଯ୍ୟକ୍ରମକୁ ବନ୍ଦ ନକରିବାକୁ ଅତିଥି କବି କଥା ଛଳରେ କହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆସରରେ ଉପସ୍ଥିତ ସମସ୍ତେ ନିଜ ନିଜ କବିତା ପଢିଥିବା ବେଳେ କବି ଶ୍ରୀଦେବ ବର୍ଷୀୟାନ କବି ଶୁଭେନ୍ଦୁ ମୋହନ ଦାସଙ୍କ ‘ସବୁ ଶବ୍ଦ ହଜିଯାଏ’ ବହିରୁ ବନଲତା ସେନ୍ କବିତା ଏବଂ କୃଷ୍ଣ କୁମାର ମହାନ୍ତି ବରିଷ୍ଠ କବି ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କ ଏକ କବିତା ପାଠ କରିଥିଲେ। ଶେଷରେ ଅନ୍ୟତମ ଆବାହକ ଉତ୍ପଳ ମହାନ୍ତି ପଠିତ କବିତା ସବୁର ସମୀକ୍ଷା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.