ଉତ୍କଳ ଆଲୁମିନା ବିସ୍ଥାପିତ କର୍ମଚାରୀ ସଂଘ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା
ଓଡ଼ିଆ ବାର୍ତ୍ତା/ କାଶିପୁର (ଆଲାରାମ ଭତ୍ରା): ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକରେ ଗଢି ଉଠିଥିବା ସର୍ବ ବୃହତ୍ ଆଦିତ୍ୟ ବିର୍ଲା ଗ୍ରୁପ୍ ର ଉତ୍କଳ ଆଲୁମିନାରେ ଯୋଗଦେଲେ ନୂତନ ସଭାପତି ତଥା ୟୁନିଟ୍ ହେଡ୍ ରବି ନାରାୟଣ ମିଶ୍ର। ସେ କିଛି ବର୍ଷ ପୁର୍ବରୁ ମଧ୍ୟ ଏହି ପ୍ରକଳ୍ପରେ ପ୍ରୋସେସ ହେଡ଼ ଭାବରେ କର୍ଯ୍ୟରତ ଥିଲେ। ସେ ପୁନର୍ବାର ଦୋରାଗୁଡ଼ା ଉତ୍କଳ ଆଲୁମିନାରେ ଯୋଗ ଦେବା ପରେ ସ୍ଥାନୀୟ ଅଂଚଳରେ ଅନେକ ସଂଗଠନ, କର୍ମଚାରୀ ଓ ଠିକାଦାର ମାନେ ତାଙ୍କ ସହ ସାକ୍ଷାତ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କର ସମସ୍ତ କର୍ମଚାରୀଙ୍କ ପ୍ରତି ଉତ୍ତମ ବ୍ୟବହାର, ପ୍ରକଳ୍ପ ଚଳାଇବାର ଉଚ୍ଚ ଦକ୍ଷତା, ସମସ୍ତ ସାଥୀ କର୍ମଚାରୀଙ୍କୁ ନେଇ ଚାଲିବାକୁ କର୍ମଚାରୀ ଓ ଅଞ୍ଚଳ ବାସି ବେଶ୍ ପ୍ରଶଂସା କରିଛନ୍ତି। ଶ୍ରୀ ମିଶ୍ର ମଧ୍ୟ ଅଞ୍ଚଳବାସୀଙ୍କ ସମସ୍ତ ଦୁଃଖ ଦୁଃଖ ମୋର ଆଉ ମୋର ଦୁଃଖ ସୁଖ ମଧ୍ୟ ଅଞ୍ଚଳ ବାସୀଙ୍କ, ପରସ୍ପରକୁ ସହଯୋଗର ହାତ ବଢ଼ାଇ ପ୍ରକଳ୍ପ ଆଗେଇ ନେବା ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିସ୍ଥାପିତ ସଂଘର ସଭାପତି ଗୋବିନ୍ଦ ଚନ୍ଦ୍ର ନାଏକ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇଥିବା କହିଛନ୍ତି। ସ୍ଵାଗତ ସମ୍ବର୍ଦ୍ଧନାରେ ସଭାପତି ଗୋବିନ୍ଦ ଚନ୍ଦ୍ର ନାଏକଙ୍କ ସହ ବିସ୍ଥାପିତ ସଂଘର ସମ୍ପାଦକ ଆଲାରାମ ଭତ୍ରା, ମୋତିରାମ ନାଏକ, ଉପଦେଷ୍ଟା ଚିତ୍ରସେନ୍ ନାଏକ, ଜୋସେଫ ଭତ୍ରା, ଶ୍ରୀରାମ ନାଏକ, ରାଜି ନାଏକ, ନିରଞ୍ଜନ ନାଏକ, ଲବ ନାଏକ, ଭୂଷଣ ଭତ୍ରା, ଉମେଶ ମାଝୀ, ସୁରେଶନ ନାଏକ, ଖଳିରାମ ନାଏକ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ।