ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ଗୁଡିକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ କର୍ମେଗାଁ ଗ୍ରାମ ପଞ୍ଚାୟତର ମୁର୍ସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ଭୋଇଙ୍କ ନେତୃତ୍ୱରେ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ଆନ୍ତର୍ଜାତୀୟ ଯୋଗ ଦିବସ । ଶିବିରରେ ଯୋଗ ପ୍ରଶିକ୍ଷକ ଭାବରେ ହରିଦ୍ୱାର ପତଞ୍ଜଳୀ ଯୋଗା ସମିତିର ସଦସ୍ୟ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଭୋଇ ଓ ଯୋଗା ତାଲିମ ପ୍ରାପ୍ତ ଅର୍ଚ୍ଚନା ମିଶ୍ର ଛାତ୍ରଛାତ୍ରୀଙ୍କୁ ଯୋଗାସନ ଉପରେ ତାଲିମ ପ୍ରଦାନ କରିଥିଲେ । ଦେବ ପୂଜନ ପରେ ପ୍ରଧାନ ଶିକ୍ଷକ ଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ଶିକ୍ଷୟତ୍ରୀ ପୂଜା ମଞ୍ଜରୀ ନାଏକ, ସସ୍ମୀତା ସ୍ୱାଇଁ, ସଙ୍ଗୀତ ସାମନ୍ତରାୟ, ଅର୍ଚ୍ଚନା ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ଯୋଗର ମହତ୍ୱ ବିଷୟରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ପ୍ରାର୍ଥନା ପରେ ଯୋଗାସନ ପ୍ରଶିକ୍ଷଣ ଆରମ୍ଭ ହୋଇଥିଲା । ଏଥିରେ ବିଦ୍ୟାଳୟର ୧୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । କାର୍ଯକ୍ରମ ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।