ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକର ବିଭିନ୍ନ ସ୍ଥାନରେ ଶୁକ୍ରବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ବ୍ଳକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ସେହ୍ନପ୍ରଭା ମାଝୀଙ୍କ ତତ୍ବାବଧାନରେ ଯୋଗ ଦିବସ ପାଳିତ ହୋଇଥିବାବେଳେ ବ୍ଲକ କର୍ମଚାରୀ ସମେତ ଏମବିକେ, ସିଆରପି ମହିଳା ତଥା ଜନସାଧାରଣ ମାନେ ସାମିଲ ହେଇଥିଲେ। ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ କୋକସରା ଖଣ୍ଡର ଦୁଇ ଯୋଗ ଶିକ୍ଷକ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ବ୍ଲକ ହିସାବ ରକ୍ଷକ ଅଶୋକ କୁମାର ସେଠୀ, ଜିପିଡିଓ ରାଜେନ୍ଦ୍ର ପାତ୍ର, କନିଷ୍ଠ ଯନ୍ତ୍ରୀ କୀର୍ତ୍ତି ରଞ୍ଜନ ବେହେରା, ସୁକାନ୍ତ ବେହେରା, ପିପି ସିଂ, ଜଗାରାମ ମୁର୍ମୁ, ସୁନୀଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ସେହିପରି ଇନ୍ଦ୍ରାବତୀ ସରକାରୀ ଉଚ୍ଚବିଦ୍ୟାଳୟ ଡ଼ଙ୍ଗରୀଗୁଡା ଠାରେ ପ୍ରଧାନ ଶିକ୍ଷକ ଲୋକନାଥ ନାଏକଙ୍କ ତତ୍ୱାବଧାନ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଭାଗ ନେଇ ଦୈନନ୍ଦିନ ଜୀବନରେ ଯୋଗର ଗୁରୁତ୍ୱକୁ ଉପଲବ୍ଧି କରି ଶାରୀରିକ ଓ ମାନସିକ ସନ୍ତୁଳନ ବଜାୟ ରଖିବା ପାଇଁ ଯୋଗ ର ଆବଶ୍ୟକତା ଉପରେ ଛାତ୍ର ଛାତ୍ରୀଙ୍କୁ ବୁଝେଇଥିଲେ। କୋକସରା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ କଲେଜ ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ଅଧ୍ୟକ୍ଷତାରେ ଯୋଗ ଦିବସ ପାଳିତ ହୋଇଥିଲା। ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗଦେଇ ଯୋଗ ଅଭ୍ୟାସ କରିଥିଲେ। ଯୁବ ରେଡ଼କ୍ରସର ପରାମର୍ଶଦାତା ସୁବ୍ରତ କୁମାର ବେହେରା ଯୋଗ ପ୍ରଶିକ୍ଷଣ ଦେଇଥିଲେ। ଏହି କ୍ରମରେ ଯୋଗ ପ୍ରଶିକ୍ଷଣ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରସଂସା ପତ୍ର ପ୍ରଦାନ କରାଯାଇଥିଲା।
ବିଜେପି ଆମପାଣି ମଣ୍ଡଳ ପକ୍ଷରୁ ସ୍ଥାନୀୟ ପଥପ୍ରାନ୍ତ କେନ୍ଦ୍ରଠାରେ ମଣ୍ଡଳ ସଭାପତି ଅର୍ଜୁନ ଭାଟିଙ୍କ ତତ୍ବାବଧାନରେ ଯୋଗ ଦିବସ ପାଳିତ ହୋଇଛି। ଏଥିରେ ମଣ୍ଡଳ ଉପ ସଭାପତି ଚକ୍ରଧର ବେଶ୍ରା, ସମ୍ପାଦକ ମଧୁବନ ପାତ୍ର, ସନ୍ତୋଷ ମାଝୀ, କୃଷ୍ଣଚନ୍ଦ୍ର ନାଏକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଧରିତ୍ରୀ ବାଗ, ତୁଲାରାମ ନାଏକ ପ୍ରମୁଖ ଯୋଗଦେଇ ଥିଲେ। ନକୁଳ ନାଏକ ଓ ତ୍ରିନାଥ ପ୍ରଶନ୍ନ ରାୟ ଯୋଗ ପ୍ରଶିକ୍ଷଣ ଦେଇଥିଲେ। ଏହା ବାଦ୍ କୋକସରା ବ୍ଲକର ଅନେକ ସରକାରୀ, ବେସରକାରୀ ଓ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି।