ଜିଲ୍ଲା ସ୍ତରୀୟ ବିଶ୍ଵ ଯୋଗ ଦିବସ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରାମେଶ୍ୱର ଷ୍ଟାଡିୟମ ସୋନପୁର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ବ ଯୋଗ ଦିବସ ପାଳିତ ହୋଇଯାଇଛି। ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ସୌଜନ୍ୟରେ ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଜ଼ିଲ୍ଲା ପ୍ରଶାସନର ଏହି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ବୀରମହାରାଜପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୋଗ ଓ ପ୍ରାଣାୟାମ ଜୀବନକୁ ଶୃଙ୍ଖଳିତ କରିବା ସହ ମଣିଷର ଶରୀର ଓ ମନକୁ ସୁସ୍ଥ ରଖି ଏକ ବିକାଶମୁଖୀ ସମାଜ ଗଠନ ନିମନ୍ତେ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ବକ୍ତବ୍ୟରେ ଗୁରୁତ୍ୱାରୋପ କରିଥିଲେ। ଯୋଗାଭ୍ୟାସ ଓ ପ୍ରାଣାୟାମର ଗୁରୁତ୍ୱ ଉପରେ ଆଲୋକପାତ କରି ସାମ୍ପ୍ରତିକ ସ୍ଥିତିରେ ଏକ ଶୃଙ୍ଖଳିତ, ବ୍ୟବସ୍ଥିତ ତଥା ଅନୁଶାସିତ ଜୀବନ ବଂଚିବାରେ ଯୋଗ ଓ ପ୍ରାଣାୟାମର ଆବଶ୍ୟକତାକୁ ହୃଦୟଙ୍ଗମ ସହିତ ଆମେ ସମସ୍ତେ ନିୟମିତ ଭାବେ ନିର୍ଦ୍ଧିଷ୍ଟ କିଛି ସମୟ ଯୋଗ ଓ ପ୍ରାଣାୟାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ବୀରମହାରାଜପୁର। ଶିବିରରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ସିଡିଓ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ ମେହେର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିବା ବେଳେ ଅନୁଷ୍ଠିତ ଶିବିରରେ ପତଞ୍ଜଳି ଯୋଗ ସମିତି ସୁବର୍ଣ୍ଣପୁର ଶାଖା, ଶ୍ରୀ ଗୋପାଳଜୀ ତଡିତ ମନ୍ତ୍ର ଶ୍ୱାସ ଯୋଗାଳୟ, ମାରୱାଡି ଯୁବାମଞ୍ଚ, ଜିଲ୍ଲା ସ୍ୱଚ୍ଛ ଭାରତ ସଙ୍ଘ, ଜିଲ୍ଲା ବାର ଏସୋସିଏସନ, ଜିଲ୍ଲା ରକ୍ତ ଦାତା ସଂଘ, ବରିଷ୍ଠ ନାଗରିକ ସଂଘ, ବୁଦ୍ଧିଜୀବୀ, ଈଶ୍ୱରୀୟ ପ୍ରଜାପିତା ବ୍ରହ୍ମାକୁମାରୀ, ଶ୍ରୀ ସତ୍ୟସାଇ ସେବାସଦନ, ଗାୟତ୍ରୀ ପରିବାର, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଜିଲ୍ଲା ବଜରଙ୍ଗ ଦଳ, ରାମଧୁନ କ୍ଳବ, ବୁଢାରଜା ଯୁବକ ସଙ୍ଘ, ରେଆର, ଗ୍ରାମ୍ମୋ୍ଥାନ, ମହାନଦୀ ସାହିତ୍ୟ ସଂସଦ, ଜିଲ୍ଲା ଏଥେଲେଟିକ ସଙ୍ଘ, ଜିଲ୍ଲା କ୍ରିକେଟ ସଙ୍ଘ, କରାଟେ ଆସୋସିଏସନ, ସ୍ବିମିଙ୍ଗ ଏସୋସିଏସନ, ଟାଇକୋଣ୍ଡ ସଙ୍ଘ, ନାରୀ ଜାଗରଣ କେନ୍ଦ୍ର, ନାଟ୍ୟଚକ୍ର, ପଇଁରି, ଭୀମ ଭୋଇ କଳା ପରିଷଦ, ଜିଲ୍ଲା ବସ ସଙ୍ଘ, ଜିଲ୍ଲା ଟ୍ରକ ସଙ୍ଘ,ଜିଲ୍ଲା ଡ୍ରାଇଭର ସଙ୍ଘ, ଏସ ବି ଆଇ ଆର ଏସ ଇ ଟି ଆଇ, ବଣିକ ସଙ୍ଘ ପ୍ରଭୁତି ସଂଗଠନ, ଯୋଗ ସଂଗଠନ ଓ ବିଭିନ୍ନ ସ୍ବେଛାସେବୀ ସଂଗଠନର କାର୍ଯ୍ୟକର୍ତ୍ତା ଜିଲ୍ଲା ସ୍ତରୀୟ ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ସହିତ ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ଯୋଗଦାନ କରି ଯୋଗ ପ୍ରଶିକ୍ଷକ ମନୋଜ ପଣ୍ଡାଙ୍କ ଯୋଗମୁଦ୍ରାର ତାଳେ ତାଳେ ସଭିଏଁ ଯୋଗାସନ ଓ ପ୍ରାଣାୟାମ ଅଭ୍ୟାସ କରିଥିଲେ। ତେବେ ଦିନକୁ ଦିନ ଯୋଗର ପରିସର ଓ ଗୁରୁତ୍ୱ ବ୍ୟାପକ ହେଉଥିବା ବେଳେ,ଏ ବର୍ଷ ଯୋଗ ଦିବସର ଶୀର୍ଷକ “ନିଜ ପାଇଁ ଓ ସମାଜ ପାଇଁ ଯୋଗ” ରହିଛି। ଯୋଗର ମହତ୍ୱ ଓ ଗୁରୁତ୍ୱକୁ ବ୍ୟାପକ କରାଯିବା ଲକ୍ଷ୍ୟରେ ଦିବସ ପାଳନକୁ ଜିଲ୍ଲାର ସମସ୍ତ ବ୍ଲକ ସ୍ତରରେ ଓ ସହରାଞ୍ଚଳ ସ୍ତରରେ ପାଳନ କରାଯାଇଛି। ସେହିପରି ସହରର ବିଭିନ୍ନ ଅନୁଷ୍ଠାନ ସମେତ ଜିଲ୍ଲା ଶିକ୍ଷା ବିଭାଗ ତତ୍ୱାବଧାନରେ ବିଦ୍ୟାଳୟ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ବିଶ୍ୱ ଯୋଗ ଦିବସକୁ ବେଶ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରାଯାଇଛି। ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମିଶ୍ର ଜିଲ୍ଲା କ୍ରୀଡା ଅଧିକାରୀ ସୁବର୍ଣ୍ଣପୁରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ସକାଳ ୬ରୁ ୮ଟା ପର୍ଯ୍ୟନ୍ତ ଯୋଗ ଶିବିରର ବିଭିନ୍ନ କାର୍ଯ୍ୟକ୍ରମକୁ ପରମାନନ୍ଦ ନାୟକ ପ୍ରଧାନ ଶିକ୍ଷକ କୋଶଲ ଉଚ୍ଚ ବିଦ୍ୟାଳୟ ସଂଯୋଜନା କରିଥିବା ବେଳେ ବିଦ୍ୟାପତି ପଣ୍ଡା ଜିଲ୍ଲା ଗ୍ରନ୍ଥଗାରିକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟକ୍ରମ ର ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.