ପତ୍ରା ଜଙ୍ଗଲରୁ ବେଆଇନ ମାଟି ଚୋରାଚାଲାଣ ଘଟଣା; ଟ୍ରକ ଜବତ, ମାଲିକ ଫେରାର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ତହସିଲ ଅଧୀନସ୍ଥ ଧରବଗଡ଼ ପଞ୍ଚାୟତ ଗୋଏଲଭାଡ଼ି ପାଖରେ ଥିବା ପତ୍ରା ଜଙ୍ଗଲ ଠାରୁ ମାଟି ଚାରାଚାଲାଣ ହେଉଥିବା ନେଇ ‘ଓଡ଼ିଆ ବାର୍ତ୍ତା’ରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରି ଶୁକ୍ରବାର ମାଟି ଚାଲାଣ ଟ୍ରକକୁ ରାଜସ୍ୱ ବିଭାଗ ଟିମ ଘଟଣାସ୍ଥଳକୁ ପହଂଚି ଟ୍ରକକୁ ଜବତ କରିଥିବା ବେଳେ ମାଲିକ ଫେରାର ମାରିଥିବା ଜଣାପଡିଛି। ଏ ନେଇ ରାଜସ୍ୱ ବିଭାଗ ସୁପରଭାଇଜର ଅଶ୍ୱନୀ ଜାଲ, ଟିଟିଲାଗଡ଼ ସୁପରଭାଇଜର ନନ୍ଦ କିଶୋର ମଲ୍ଲିକ ଓ ଶଗଡ଼ଘାଟ ଭୁବନ ସେଠି ପ୍ରମୁଖ ଉପସ୍ଥିତ ରହି ଜବତ ଟ୍ରକକୁ ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀଙ୍କୁ ଜିମା ଦେଇଛନ୍ତି। ପ୍ରକାଶ ଯେ, ବଡ଼ମାଳରୁ ଟିଟିଲାଗଡ଼ ପର୍ଯ୍ୟନ୍ତ ରେଲୱେ ଲାଇନ ପାଖରେ ମାଟି ପକାଉଥିବା ଜୈନିକ ଠିକା ସଂସ୍ଥା ଗୋଏଲଭାଡ଼ିରୁ ଧରବଗଡ଼ ରାସ୍ତା ମଝିରେ ଥିବା ପତ୍ରା ଜଙ୍ଗଲ ଠାରୁ ମାଟି ଉଠାଣ କରି ରେଲୱେ ଲାଇନ ତିଆରିରେ ବ୍ୟବହାର କରୁଛନ୍ତି। ଉକ୍ତ ମାଟି ଉଠାଣ ହେବା ଦ୍ୱାରା ଜଙ୍ଗଲର ମାଟି ଓ ଶହ ଶହ ମାତ୍ରାରେ ଥିବା ବିରାଟ ମୂଲ୍ୟବାନ ଗଛ ମଧ୍ୟ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ଯାହା ଫଳରେ ସରକାର ହଜାର ହଜାର କୋଟି ରାଜସ୍ୱ ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଣୁ ଦିଗରେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ ଗ୍ରହଣ କରିବା ସହ ଠିକା ସଂସ୍ଥା ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ପାଇଁ ଅଞ୍ଚଳ ଜନସାଧାରଣ ତରଫରୁ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.