ମଣ୍ଡିରୁ ମିଲକୁ ଯାଉଥିବା ଗାଡିରେ ଲାଗିବ ଜିପିଏସ୍

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ମଣ୍ଡିରୁ ମିଲକୁ ଯାଉଥିବା ଗାଡିରେ ଲାଗିବ ଜିପିଏସ୍ । ଧାନ ମଣ୍ଡିରେ ଲାଗିବ ସିସିଟିଭି । ରାଜ୍ୟରେ ଦୁର୍ନୀତିକୁ ରୋକିବାକୁ କିଛି ଏଭଳି ଢଙ୍ଗରେ ତତ୍ପର ହେଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କହିବା ମୁତାବକ, ଏଣିକି ମଣ୍ଡିରୁ ମିଲକୁ ଯାଉଥିବା ଗାଡିରେ ଜିପିଏସ୍ ଲଗାଯିବ । ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରାଯାଇ ଦୁର୍ନୀତିକୁ ରୋକାଯିବ ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ, ଏନେଇ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଦୁଇ ମାସ ଭିତରେ ନୂଆ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ଦୁର୍ନୀତି କଲେ ସ୍ପଟରେ ହେବ ଆକନ୍ସ । ଏଥିସହ ରାଜ୍ୟର ସମସ୍ତ ବ୍ଲକରେ ଶୀତଳ ଭଣ୍ଡାର କରିବା ନେଇ କୃଷି ବିଭାଗ ସହିତ ଆଲୋଚନା ହେଇଛି । ରାଜ୍ୟରେ ଅଧିକରୁ ଅଧିକ ଶୀତଳ ଭଣ୍ଡାର ହେଉ ବୋଲି ମୁଖ୍ୟମନ୍ତ୍ରୀ ଚାହୁଁଥିବା କହିଛନ୍ତି ମନ୍ତ୍ରୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.