ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ବଡ଼ପୋଡ଼ାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟସିଂ ମାଝୀଙ୍କ ଉଦ୍ଦେଶ୍ୟରେ ଶନିବାର ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଛି। ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷକ ଭିକାରୀ ଚରଣ ତାଣ୍ଡିଙ୍କ ଆହ୍ବାନ କ୍ରମେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ କାଉଡୋଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟ ଶଙ୍କର ପାଠୀ ଅଧ୍ୟକ୍ଷତା କରିଥିଲେ। ଆମପାଣି ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସିଆରସିସି ସୁମନ୍ତ ପ୍ରସାଦ ଠାକୁର ମୁଖ୍ୟବକ୍ତା, ଆମପାଣି ସିଆରସିସି କେଦାର ନାଏକ, ଶିକ୍ଷକ ପ୍ରଶାନ୍ତ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ଶିକ୍ଷକମାନେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀମାଝୀଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ସମ୍ବର୍ଦ୍ଧନା ସଭାକୁ ବରିଷ୍ଠ ଶିକ୍ଷକ ନିଲାମ୍ବର ଦାସ ପରିଚାଳନା କରିଥିବାବେଳେ ଶିକ୍ଷକ ଚନ୍ଦ୍ରମଣି ବେମାଲ, ଉପେନ୍ଦ୍ର କୁମାର ସାହୁ, ଶେଖର ଚନ୍ଦ୍ର ସାହୁ, ଲୋକନାଥ ରାଉତ, ବିଣାପାଣି ମାଝୀ, ହରନୀମୟୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.