ପିଇଓଙ୍କ ବଦଳି ବାତିଲ ପାଇଁ ବିଡ଼ିଓଙ୍କୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକର ୨୨ ଗୋଟି ପଞ୍ଚାୟତର ପିଇଓ ମାନଙ୍କୁ ପଞ୍ଚାୟତ ସ୍ତରରେ ଅଦଳ ବଦଳ କରାଯାଇଛି। ତେବେ କୋକସରା ସଦର ପଞ୍ଚାୟତର ପିଇଓ ଭବିଷ୍ୟତ ପଟେଲକୁ ସେଠାରୁ ମାଝୀଗୁଡା ଓ କାଉଡୋଲା ପଞ୍ଚାୟତକୁ ଦାୟିତ୍ଵ ଦିଆଯାଇଛି। ତେବେ ତାଙ୍କ ସ୍ଥାନରେ ବିରଞ୍ଚି ଖର୍ସେଲଙ୍କୁ ଦିଆଯାଇଛି। ଏନେଇ ପିଇଓ ଭବିଷ୍ୟତ ପଟେଲକୁ କୋକସରା ପଞ୍ଚାୟତରୁ ଅନ୍ୟତ୍ର ବଦଳି ନକରିବା ପାଇଁ ୱାର୍ଡ଼ ସଭ୍ୟ ସଭ୍ୟାମାନେ ଏକତ୍ରିତ ହୋଇ କୋକସରା ବିଡ଼ିଓ ସେହ୍ନପ୍ରଭା ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଗୁଣନିଧି ବାଗ, ପାର୍ଥ ଗୋପାଳ, ବିନୋଦିନୀ ବିଶି, କ୍ଷୀର ପାଣିଗ୍ରାହୀ, ଲୋଚନା ବିଶି, କାମାକ୍ଷ ପ୍ରଧାନୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.