ଫକୀର ମୋହନ ବିଶ୍ବବିଦ୍ୟାଳୟ ସହ ଷ୍ଟାର୍ଟ-ଅପ୍ କମ୍ପାନୀର ଚୁକ୍ତିନାମା ସ୍ଵାକ୍ଷରିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ଯକ୍ଷତାରେ ଦୁଇଟି ଭିନ୍ନ ଷ୍ଟାର୍ଟ-ଅପ୍ କମ୍ପାନୀ ସହ ଚୁକ୍ତିନାମା ପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୁଇଟି ଷ୍ଟାର୍ଟ-ଅପ୍ ଆଧାରିତ କମ୍ପାନୀ ଯଥା ଭୁବନେଶ୍ୱର ସ୍ଥିତ ସେଲିନ ୱେଲେନେସ୍ ପ୍ରାଇଭେଟ ଲିମିଟେଡ (Scylene Pvt.Ltd) ଓ ବାଲେଶ୍ବର ସ୍ଥିତ ଓଲ୍ଡ ବିନ୍ସ କଫି (ଓପିସି) ପ୍ରାଇଭେଟ ଲିମିଟେଡ୍, ସହ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।ବିଶ୍ୱବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ, ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ବିତ୍ତ ନିୟନ୍ତ୍ରକ କରନ ସୋରେନ, ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ରାୟ, ବିଶ୍ୱବିଦ୍ୟାଳୟ ବିକାଶ ଅଧିକାରୀ ଡକ୍ଟର ପବିତ୍ର ମୋହନ ନାୟକ, ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଡକ୍ଟର ନିହାର ରଂଜନ ରାଉତ ତଥା ବିଭିନ୍ନ ବିଭାଗ ମୂଖ୍ଯ ମାନଙ୍କ ଉପସ୍ଥିତରେ ଏହା ସ୍ବାକ୍ଷରିତ ହୋଇଥିଲା। ଏହି ଦୁଇ ଚୁକ୍ତିପତ୍ର ପଛରେ ଥିବା ପ୍ରଥମ ଉଦ୍ଦେଶ୍ୟ ବାଲେଶ୍ଵର ଅଞ୍ଚଳ ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ବିକାଶ ପାଇଁ ଉଦ୍ଦିଷ୍ଟ ଥିଲା ଏବଂ ଅନ୍ଯଟି ସ୍ୱାସ୍ଥ୍ୟ ଶିଳ୍ପ କ୍ଷେତ୍ରରେ ପ୍ରଗତିର ନବସୃଜନ ଉପରେ ଧ୍ୟାନ ଦେବା ଉଦ୍ଦେଶ୍ଯରେ ଥିଲା ବୋଲି ବିଶ୍ବବିଦ୍ୟାଳୟ ଟି.ବି​​.ଆଇ.ର ସଂଯୋଜକ ପ୍ରଫେସର ପଙ୍କଜ କୁମାର ପାଢୀ ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମଟି ପ୍ରଫେସର ପଙ୍କଜ କୁମାର ପାଢୀଙ୍କ ତତ୍ତ୍ବାବଧାନ ଓ ମୁଖ୍ଯ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନେନ୍ଦୁ ନାୟକଙ୍କ ସହଯୋଗରେ ସେଲିନ ୱେଲନେସ୍ ପ୍ରାଇଭେଟ ଲିମିଟେଡର ମୁଖ୍ଯ ନିର୍ବାହୀ ଅଧିକାରୀ ଅମିତ କୁମାର ସାହୁ ଓ ଓଲ୍ଡ ବିନ୍ସ କଫି ପ୍ରାଇଭେଟ୍ ଲିମିଟେଡର ମୁଖ୍ଯ ନିର୍ବାହୀ ଅଧିକାରୀ ଅଭିନବ ଦାସଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.