ମାଉସୀ ମା ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଶ୍ରଦ୍ଧା ବେଶ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଚାରିଛକ ଠାରେ ମାଉସୀ ମା ମନ୍ଦିରରେ ଆଜି ଶ୍ରୀ ଜଗନ୍ନାଥଙ୍କ ଶ୍ରଦ୍ଧା ବେଶ ଅନୁଷ୍ଠିତ ହୋଇଛି। ଏହି ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଖୁବ୍ ଗହଳି ଦେଖିବାକୁ ମିଳିଥିଲା। ଏହି ଅବସରରେ ପୂଜା କାର୍ଯ୍ୟ ଅଶୋକ ତ୍ରିପାଠୀ କରିଥିବା ବେଳେ ପ୍ରକାଶ ଚନ୍ଦ୍ର ସାହୁ, ଜଗନ୍ନାଥ ସାହୁ, କେଦାର ମହାରଣା, ରମାକାନ୍ତ ପ୍ରହରାଜ, ସୁରେନ୍ଦ୍ର ସାହୁ, ବିନୋଦ ସାହୁ, କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.