ରାତୁଲ, ନାଗଝରି, ଧୂରକୁଟି ଓ ବଡ଼ଧାରପୁର ବିଦ୍ୟାଳୟରେ ୭୫ତମ ବନ ମହୋତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଆନୁକୂଲ୍ୟରେ ଭବାନୀପାଟଣା ବନାଞ୍ଚଳ ଅଧୀନସ୍ଥ ଶାନ୍ତପୁର ସେକ୍ସନର ରାତୁଲ ସରକାରୀ ଉଚ୍ଚ ବିଦ୍ୟାଳୟ, ନାଗଝରି ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ଧୂରକୁଟି ଏବଂ ବଡ଼ଧାରପୁର ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତବର୍ଷ ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଉକ୍ତ ବନ ମହୋତ୍ସବ ଅବସରରେ ଗ୍ରାମ ଚାରିଗୋଟି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାତୁଲ ବନ ସୁରକ୍ଷା ସମିତିର ସଭାପତି ମଧୁସୂଦନ ଦୋରା ଯୋଗଦେଇଥିଲେ। ନର୍ଲା ବ୍ଲକ ବିପିସି ରୋହିତ ବିଶ୍ୱାଳ, ରାତୁଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତ୍ରିଲୋଚନ ସାହୁ ଏବଂ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଶାନ୍ତପୁର ସେକ୍ସନର ବନପାଳ ଭବାନୀଶଙ୍କର ପରିଛା, ବନରକ୍ଷୀ ମମତା ଶବର, ତୁଳସୀ ସ୍ୱାଇଁ, ଇନ୍ଦୁଭୂଷଣ ଧଙ୍କଡ଼ାମାଝୀ ତଥା ଗ୍ରାମର ପୁରୁଷ, ମହିଳାମାନେ ଉପସ୍ଥିତ ରହି ଚାରିଗୋଟି ବିଦ୍ୟାଳୟ ପରିସର ମଧ୍ୟରେ ଶତାଧିକ ବୃକ୍ଷ ରୋପଣ କରିବା ସହିତ ଜଙ୍ଗଲ ସୁରକ୍ଷା ଏବଂ ପରିବେଶ ରକ୍ଷା ତଥା ବୃକ୍ଷ ରୋପଣର ଲକ୍ଷ୍ୟ ଦିଗରେ ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମ ରେ ଆମ ଜଙ୍ଗଲ ଯୋଜନାର ଦଳପତି ସୁବାସ ଚନ୍ଦ୍ର ନାଏକ ଏବଂ ଉମେଶ ଚନ୍ଦ୍ର ଗଉଡ଼, ସୁନୀଲ ରଣା ତଥା ଅଂଚଳର ଏମବିକେ, ସିଆରପି ଏବଂ ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.