ସୋନପୁର,୩/୭ : ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗର ନିର୍ଦେଶ ମତେ ୧୦ ଜଣରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରେ ବନ୍ଦ କରିଦିଆଯାଇଛି । ଯାହାଫଳରେ ତରଭା ବ୍ଲକର ପୁଟକିଲି ପ୍ରାଥମିକ ବିଦ୍ୟାଳୟକୁ ସିଣ୍ଢୋଲ ୟୁପି ସ୍କୁଲରେ, ପୁରୁଣାପାଣି ବସ୍ତି ପ୍ରାଥମିକ ବିଦ୍ୟାଳୟକୁ ପୁରୁଣାପାଣି ପ୍ରାଥମିକ ବିଦ୍ୟାଳୟରେ, ସାଇଡୁଲ ପ୍ରାଥମିକ ବିଦ୍ୟାଳୟକୁ ଖଇରଭାଡି ଆଶ୍ରମ ସ୍କୁଲରେ, ବାଘପାଲି ପ୍ରାଥମିକ ବିଦ୍ୟାଳୟକୁ ମାଙ୍କଡଚୁଆଁ ପ୍ରାଥମିକ ବିଦ୍ୟାଳୟରେ, ଜୁନାନୀ ପ୍ରାଥମିକ ବିଦ୍ୟାଳୟକୁ ରେଙ୍ଗ୍ସା ପିୟୁିଏସ୍ରେ ମିଶେଇ ଦିଆଯାଇଥିବା ବିଇଓଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ସେହିପରି ପୂର୍ବରୁ କନ୍ଧପାଲି ପିଏସ ରାଜପାଲି ପିଏସରେ, ଦିଲଖୁସ ପୁର ପିଏସ ନୂଆଁଡା ପିଏସରେ, ଶତ୍ରୁାଲି ପିଏସ ଗୁଞ୍ଜିମୁଣ୍ଡା ପିଏସରେ, ଗୁହିରାଘାଟ ହରିଜନପଡା ପିଏସ ନିକଟସ୍ଥ ଅନ୍ୟ ବିଦ୍ୟାଳୟ ଗୁଡିକରେ ମିଶିଥିବା ବେଳେ ତିଲେସରା ପିଏସ ରଙ୍ଗପୁର ବିଦ୍ୟାଳୟରେ, ଶିବଶଙ୍କର ପିଏସ, ପୂର୍ଣ୍ଣମାସୀ ପିଏସ ଓ ବାଳକ ପିଏସ୍ ବାଳକ ହାଇସ୍କୁଲ ସହିତ ମିଶିଯାଇଛି । ତରଭା ହରିଜନପଡା ପ୍ରାଥମିକ ବିଦ୍ୟାଳୟ ବିକାଶ ପ୍ରାଥମିକ ବିଦ୍ୟାଳୟରେ, ସରଗଜ ଜିଟିଓ ସରଗଜ ହାଇସ୍କୁଲରେ, ମେଣ୍ଡା ଜିଟିଓ ମେଣ୍ଡା ହାଇସ୍କୁଲରେ ମିଶିଯାଇଥିବା ବିଇଓ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି ।