ସୁବର୍ଣ୍ଣପୁର,୩/୭ : ସୁବର୍ଣ୍ଣପୁର ଜିଲା ହେଉଛି ଏକ କୃଷି ପ୍ରଧାନ ଜିଲ୍ଲା । ଜିଲ୍ଲାର ୮୫ ପ୍ରତିଶତ ଲୋକ ନିର୍ଭର କରନ୍ତି ଧାନ ଚାଷ ଉପରେ । ହେଲେ ସବୁବେଳେ ସରକାରଙ୍କ ଦ୍ୱାରା ପ୍ରତାରିତ ଏ ଅଂଚଳର ଚାଷି । ବିଭିନ୍ନ ବାଧା ବିଘ୍ନ ସହି ଚାଷ କରି ଉତ୍ପାଦିତ ଅମଳ ବିକ୍ରୟ କରିବାରେ ହୋଇଥାଏ ହନ୍ତସନ୍ତ । ଏବେ ଏଭଳି ଅସୁବିଧାରେ ପଡୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲାରେ ଚାଷି । ଦିର୍ଘ ଦିନ ଧରି ମଣ୍ଡିରେ ଧାନ ବକ୍ରି କରିବା ପାଇଁ ପକାଇ ରଖିଥିବାବେଳେ ପ୍ରଶାସନ ପକ୍ଷରୁ କିଣାଯାଇନଥିଲା ଠିକ ଭାବରେ । ଜିଲ୍ଲା ଯୋଗାଣ ବିଭାଗ ଦ୍ୱାରା ଟ୍ୟାଗ କରାଯାଇଥିବା ଜିଲ୍ଲାର ମିଲର୍ସ ସବୁ ଧାନ ନେବାକୁ ନ ଆସିବାରୁ ସୁଦୁର ସମ୍ବଲପୁର ଜିଲ୍ଲାରୁ କିଛି ମିଲର୍ସ ଆସି ଅଳ୍ପ ପରିମାଣର ଧାନ ଉଠାଇଥିଲେ । ମଝିରେ ମଝିରେ ଗୋଟେ କି ୨ ଟି ଗାଡି ଆସି ଧାନ ନେଇଥିବାବେଳେ ଚାଷିଙ୍କ ଧାନ ରହିଯାଇଥିଲା । ମଣ୍ଡିରେ ଶହ ଶହ ବସ୍ତା ଧାନ ପଡିଥିବା ସତ୍ୱେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଣ୍ଡି ବନ୍ଦ କରାଯାଇଥିବାରୁ ଏବେ ଚିନ୍ତାରେ ଚାଷି । ଏବେ ବର୍ଷା ଲଗାଣ ଭାବରେ ଲାଗ ରହିଥିବାରୁ ମଣ୍ଡିରେ ଧାନ ଭିଜିବାର ଭଲି ଅସୁବିଧା ମଧ୍ୟ ଦେଖାଯାଇଛି । ଏନେଇ ଜିଲ୍ଲାରେ ଚାଷି ଆଜି ଜିଲ୍ଲା ଯୋଗାଣ ଅଧିକାରୀ ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ଚାଷି ଉଭୟ କାର୍ଯ୍ୟାଳୟରେ ତୁରନ୍ତ ଏ ଅସୁବିଧା ପ୍ରତି ଧ୍ୟନ ଦେବା କୁ ଦାବି ଜଣାଇଛନ୍ତି । ଅପର ପକ୍ଷେ ଏନେଇ ଆମେ ସରକାରଙ୍କୁ ଜଣାଇଦେଇଛୁ ବୋଲି ଯୋଗାଣ ଅଧିକାରୀ ସୁଚନା ଦେଇ କହିଛନ୍ତି ।