ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ ସହରର ନୂଆ ବସ୍ ଷ୍ଟାଣ୍ଡରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଗତ ବର୍ଷ ଠିକ ଏହି ଦିବସରେ ଜୁନାଗଡ ବହୁଜନ ସଂଗ୍ରାମ ସମିତି ସଭାପତି ରଂଜନ କୁମାର ଜାଲ ଓ ସମସ୍ତ ସଦସ୍ୟଙ୍କ ଉଦ୍ୟମରେ ନୂଆ ବସ୍ ଷ୍ଟାଣ୍ଡ ଠାରେ ବାବା ସାହେବ ଡ଼ଃ ବିଆର୍ ଆମ୍ବେଦକରଙ୍କ ପୂର୍ଣ୍ଣାବୟବ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏହାକୁ ଏକ ବର୍ଷ ପୂର୍ଣ୍ଣ ହୋଇଥିବା ବେଳେ ସଂଗ୍ରାମ ସମିତି ପକ୍ଷରୁ ବାବା ସାହେବଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା। ଏହି ଅବସରରେ ସଂଗ୍ରାମ ସମିତିର ସଦସ୍ୟ ସମୁହ ବାବା ସାହେବଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ବଳନ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏଥିସହ ବାବା ସାହେବଙ୍କ ର ସ୍ମୃତି ଚାରଣ ସହ ତାଙ୍କ ଆଦର୍ଶ ସହ ଭାରତୀୟ ସମ୍ଭିଧାନକୁ ଆଧାର କରି ସମାଜକୁ ଉତ୍ଥାନ କରିବା ପାଇଁ ସମସ୍ତଙ୍କୁ ନିବେଦନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଗଠନର କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର କ୍ଷିତି, କୋଷାଧକ୍ଷ ପୁର୍ନେନ୍ଦୁ ମାଝୀ, ସମ୍ପାଦକ ସୁଶାନ୍ତ ନାଏକ, ଉପଦେଷ୍ଟା ଶିବ ମହାନନ୍ଦ, ବରିଷ୍ଟ ସଦସ୍ୟ ରତନ ଧଙ୍ଗଡାମାଝି, ଗୌରାଙ୍ଗ ମାଝୀ, ଅଞ୍ଜନ କ୍ଷିତି, ରବି ଶଙ୍କର ସୁନାନୀ, ବିକ୍ରାନ୍ତ କୁମାର, ଘାସିରାମ କ୍ଷିତି, ଜଗନ୍ନାଥ ବାଗ, ମୁକୁନ୍ଦ ବେଶ୍ରା, ବବୃ ବିହାରୀ ଏବଂ ସହରର ଅନେକ ଜନସାଧାରଣ ଉପସ୍ଥିତ ରହିଥିଲେ।