ଅଧ୍ଯକ୍ଷଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିଜେଡି କାଉନସିଲର

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ ଏନ୍‌ଏସିରେ ହଟଚମଟ ଅବସ୍ଥା ଦେଖିବାକୁ ମିଳିଛି। ଜୁନାଗଡ ଏନ୍‌ଏସିର ୯ଜଣ ବିଜେଡି କାଉନସିଲର ଓ ଉପାଧ୍ଯକ୍ଷା ସ୍ଥାନୀୟ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଜିଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜୁନାଗଡ ଏନ୍‌ଏସି ଅଧ୍ଯକ୍ଷ ମୁକେଶ ଅଗ୍ରୱାଲ ମନମୁଖ କାର୍ଯ୍ୟ କରୁଥିବା ଓ କାଉନସିଲର, ଉପାଧ୍ଯକ୍ଷାଙ୍କୁ କୌଣସି ଉନ୍ନୟନ କାର୍ଯ୍ୟ ବିଷୟରେ ସୂଚନା ଦେଉ ନ ଥିବା ସେମାନେ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଏନ୍‌ଏସି ଉପାଧ୍ଯକ୍ଷା ହିମାଦ୍ରି ନାଏକଙ୍କ ଅଧ୍ୟକ୍ଷତାରେ ୯ ବିଜେଡି କାଉନସିଲର ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି। ଅନ୍ୟପକ୍ଷରେ ବିଜେଡି କାଉନସିଲରଙ୍କ ଏହି ଅଭିଯୋଗକୁ ଜୁନାଗଡ ଏଏସି ଅଧ୍ଯକ୍ଷ ମୁକେଶ ଅଗ୍ରୱାଲ ଖଣ୍ଡନ କରିଛନ୍ତି। ସେମାନେ ମୋତେ ନୁହେଁ, ଜୁନାଗଡ ଜନମତକୁ ବିରୋଧ କରୁଛନ୍ତି। ଆଗାମୀ ଦିନରେ ସ୍ଥାନୀୟ ଲୋକେ ଏହାର ଉତ୍ତର ଦେବେ ବୋଲି କହିଥିଲେ। ପ୍ରକାଶ ଯେ, ଗତ ପୌର ନିର୍ବାଚନରେ ଜୁନାଗଡ ଏନ୍‌ଏସିର ୧୨ ୱାର୍ଡ ମଧ୍ୟରୁ ୧୦ଟିରେ ବିଜେଡି କାଉନସିଲର ଓ ୨ଟିରେ ଭାଜପା କାଉନସିଲର ବିଜୟୀ ହୋଇଥିଲେ। ଅଧ୍ଯକ୍ଷ ନିର୍ବାଚନରେ କିନ୍ତୁ ଏହାର ଫଳ ଓଲଟା ଦେଖ‌ିବାକୁ ମିଳିଥିଲା। ଏଠାରେ ବିଜେଡି ପ୍ରାର୍ଥୀଙ୍କୁ ହରାଇ ଭାଜପାର ମୁକେଶ ଅଗ୍ରୱାଲ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.