ପ୍ରାଥମିକ କୃଷି ସମବାୟ ସମିତି ଲିଃ ଯୋରାଡବରା ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର: ୪୨ ୟୁନିଟ ରକ୍ତ ସଂଗ୍ରହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ଲିଃ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପେକ୍ସ ସଭାପତି ଦେବରାଜ ରଣାଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ବିଆରସିଏସ ପ୍ରମୋଦ କୁମାର ସାହୁ, ଏଆରସିଏସ ମଧୁସୂଦନ ମେହେର ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ଶିବିରରେ ୪୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଗୋବିନ୍ଦ ସତପଥି, ସମିର ରାଉତ, ମହେନ୍ଦ୍ର ଭୋଇ, ଭୈରବ ସାହୁ, ଅମର ବେହେରା, ସମ୍ପାଦକ ସୁମନ୍ତ ସାହୁ, ଡିଓ ସଂଜୟ ସାହୁ, ରିଙ୍କୁ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.