ଇଣ୍ଡିଆ ବୁକ ଅଫ ରେକର୍ଡରେ ହାତୀବନ୍ଧାର କୁନି ଝିଅ ସେଲଭି

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ହାତୀବନ୍ଧାର କୁନି ଝିଅ ସେଲଭି ମେହେର ଇଣ୍ତିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଥିବା ଜଣାପଡ଼ିଛି।ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ଯାଳୟର ଶିକ୍ଷକ ରୂପେଶ ମେହେର ଓ ସୁଗୃହିଣୀ ଖିରନ୍ଦ୍ରୀ ମେହେରଙ୍କ ଏହି କୁନି ପ୍ରତିଭା ମାତ୍ର ଦୁଇ ବର୍ଷ ଚାରି ମାସର ହୋଇଥିବା ବେଳେ ତାର ଏଭଳି ରେକର୍ଡ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସେ ୧୫ ପ୍ରକାର ପଶୁପକ୍ଷୀ, ୧୨ ପ୍ରକାର ଯାନବାହାନ, ଶରୀରର ୧୩ ଟି ଅଂଶ, ୬ ଟି ଆକୃତି, ୮ ଟି ପନିପରିବା, ୧୬ ପ୍ରକାର ଫଳ, ୧୦ ଟି ରଙ୍ଗ , ୯ ଟି ଫୁଲ ଚିହ୍ନଟ, ୨ ପଣକିଆ, ଇଂରାଜୀ ବର୍ଣ୍ଣମାଳାର ସଂପୃକ୍ତ ଶବ୍ଦ, ଇଂରାଜୀରେ ୧ ରୁ ୧୦, ଓଡ଼ିଆ ରେ ୧ ରୁ ୩୦ ପର୍ଯ୍ୟନ୍ତ ସଂଖ୍ୟା, ସପ୍ତାହର ସାତ ବାର, ୨ ଟି ଇଂରାଜୀ ନର୍ସରୀ ରାଇମ୍, ୭ ଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର ଓ ସୂର୍ଯ୍ୟ ନମସ୍କାର ସହଜରେ କରି ପାରୁଛନ୍ତି। ଏଭଳି ପ୍ରତିଭା ପାଇଁ ସେ ଏହି ରେକର୍ଡରେ ସ୍ଥାନ ପାଇଥିବା ଜଣାପଡ଼ିଛି।

କୁନି ଝିଅର ଏହି ସଫଳତାରେ ଅଂଚଳର ଜଣାଶୁଣା ବୁଦ୍ଧିଜୀବୀ ତଥା ଝିଅର ଜେଜେ ବାପା ସୁରେଶ୍ୱର ମେହେର, ଜେଜେମାଆ ଲିପାଞ୍ଜଳି ମେହେରଙ୍କ ସହ ପରିବାର ବର୍ଗ ଖୁସି ବ୍ଯକ୍ତ କରିଥିବା ବେଳେ ଏନେଇ ବିଭିନ୍ନ ମହଳରୁ ଶୁଭେଚ୍ଛା ଆସିବାରେ ଲାଗିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.