ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ଓ ଗଣଶିକ୍ଷକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ଓ ଗଣଶିକ୍ଷକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ହୋଇଛି। ରାଜ୍ୟ ମହାସଂଘ ସଭାନେତ୍ରୀ ମିନତୀ ମିଶ୍ରଙ୍କ ନେତୃତ୍ୱରେ ରାଜ୍ୟ ମହାସଂଘର ୭ ଜଣିଆ ଟିମ ମୁଖ୍ୟମନ୍ତ୍ରୀଙ୍କୁ ଓଟିଇଟି ଉଚ୍ଛେଦ ଓ ଏକ୍ସ କ୍ୟାଡର ଉଚ୍ଛେଦ କରିବାକୁ ଅନୁରୋଧ କରିଛନ୍ତି। ସମସ୍ୟା ଗୁଡିକର ସମାଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିବା ଜଣାପଡିଛି। ଏତଦବ୍ୟତୀତ ମନ୍ତ୍ରୀ ରବି ନାରାୟଣ ନାୟକଙ୍କୁ ମଧ୍ୟ ରାଜ୍ୟ ସଂଘ ଦାବିପତ୍ର ପ୍ରଦାନ କରିବା ସହିତ ଗଣଶିକ୍ଷକ ଓ ଏକ୍ସ କ୍ୟାଡରଙ୍କ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛି।

Omkar Vasthu
Omkar Vasthu

ଏଥିସହିତ ବିଷମକଟକ ବିଧାୟକ  ନୀଳମାଧବ ହିକକା ଏବଂ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖୀଲାଙ୍କୁ ମଧ୍ୟ ରାଜ୍ୟ ମହାସଂଘ ଦୁଇ ଦଫା ଦାବିପତ୍ର ଦେଇ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛି। ଏହି ସୌଜନ୍ୟ ମୂଳକ ସାକ୍ଷାତରେ ରାଜ୍ୟ ମହାସଂଘର ସାଧାରଣ ସମ୍ପାଦକ ଲଷ୍ମୀଧର ରାଉତ, ଉପଦେଷ୍ଠା ବିଜୟ କୁମାର ସ୍ୱାଇଁ, ରାୟଗଡା ଜିଲ୍ଲାରୁ ରାଜ୍ୟ ମହାସଂଘରେ ସମ୍ପାଦକ ଥିବା ରୁଦ୍ର ଶକ୍ତି ମହାପାତ୍ର, ସମ୍ବଲପୁର ଜିଲ୍ଲାରୁ ରାଜ୍ୟ ମହାସଂଘରେ ଉପସଭାପତି ଥିବା ସୁବାଷ ଚନ୍ଦ୍ର ମିଶ୍ର, ରାଜ୍ୟ ମହାସଂଘରେ ଯୁଗ୍ମ ସମ୍ପାଦିକା ସରସ୍ବତୀ ସେନାପତି ଓ ରଶ୍ମିତା ଚୌଧୁରୀ ଅଂଶଗ୍ରହଣ କରିଥିଲେ। ତେବେ ଯେତେଦିନ ପର୍ଯ୍ୟନ୍ତ ଦୁଇ ଦଫା ଦାବୀ ପୂରଣ ନହୋଇଛି ସେତେଦିନ ପର୍ଯ୍ୟନ୍ତ ନିରନ୍ତର ଭାବରେ ରାଜ୍ୟ ମହାସଂଘ ନିଜର ପ୍ରୟାସ ଜାରିରଖିବ ବୋଲି ମହାସଂଘ ସଭାନେତ୍ରୀ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସୂଚନା ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.