ଟାଙ୍ଗଣକଣା ପ୍ରାଥମିକ ବିଦ୍ୟାଳୟ ପ୍ରସଙ୍ଗ : ଖବର ପ୍ରସାରଣ ପରେ ପହଞ୍ଚିଲା ବ୍ଲକ ପ୍ରଶାସନ

ଖବର ପ୍ରସାରଣ ପରେ ପହଞ୍ଚିଲା ବ୍ଲକ ପ୍ରଶାସନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ‘ଓଡ଼ିଆ ବାର୍ତ୍ତା’ରେ ଖବର ପ୍ରସାରଣ ପରେ ଟାଙ୍ଗନକଣା ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଲା ବ୍ଲକ ପ୍ରଶାସନ। ଗତକାଲି ‘ଓଡ଼ିଆ ବାର୍ତ୍ତା’ରେ ଖବର ପ୍ରସାରଣ ପରେ ଶୁକ୍ରବାର ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର ଟାଙ୍ଗନକଣା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ବିଦ୍ୟାଳୟର ପରିଚାଳନା କମିଟି ଓ ଶିକ୍ଷକ ମାନଙ୍କ ସହିତ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତ ସ୍ଥିତ ଟାଙ୍ଗନକଣା ପ୍ରାଥମିକ ବିଦ୍ୟାଳୟ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ବର୍ଷା ମାସ ଆସିଲେ ଛାତ୍ରଛାତ୍ରୀ ଅନେକ ଅସୁବିଧା ସମ୍ମୁଖୀନ ହେଉଛନ୍ତି।

Omkar Vasthu
Omkar Vasthu

ତେବେ କଳାହାଣ୍ଡି ଜିଲ୍ଲାରେ ଦିର୍ଘ ୫ ଦିନ ଧରି ବର୍ଷା ଲାଗିରହିଥିବା ବେଳେ ଗୁରୁବାର ଏହି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିବା ଖବର ଓଡ଼ିଆ ବାର୍ତ୍ତାରେ ପ୍ରସାରିତ ହୋଇଥିଲା। ଏହି ବିଦ୍ୟାଳୟର ସମସ୍ୟା ସୁଧାରିବା ପାଇଁ ପରିଚାଳନା କମିଟି ବାରମ୍ବାର ଅଭିଯୋଗ କରୁଥିଲେ।

Pearl dental clinic
Near Ashish Medical Store, Bhawanipatna

ଏହାକୁ ନେଇ ‘ଓଡ଼ିଆ ବାର୍ତ୍ତା’ରେ ଖବର ପ୍ରସାରିତ ପରେ ଶୁକ୍ରବାର ଲାଞ୍ଜିଗଡ଼ ବିଡ଼ିଓ ଶ୍ରୀ ପାତ୍ର ଏବଂ ଛତ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ସାହୁ ଟାଙ୍ଗନକଣା ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ଶିକ୍ଷକ ଓ ପରିଚାଳନା କମିଟି ସହିତ ଆଲୋଚନା କରିଥିବା ବେଳେ ଅର୍ଥ ମଞ୍ଜୁର ହେଲେ ବିଦ୍ୟାଳୟର କାମ ଆରମ୍ଭ ହେବ ବୋଲି ଶ୍ରୀ ପାତ୍ର ପ୍ରକାଶ କରୁଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.