କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କୋଲକାତା (ରଜତ ବଂଶଲ): କୋଲକାତାସ୍ଥିତ କେନ୍ଦ୍ର ସାହିତ୍ୟ ଏକାଡେମୀ ଆଞ୍ଚଳିକ କାର୍ଯ୍ୟାଳୟରେ ଏକାଡେମୀ ତରଫରୁ ଆୟୋଜିତ ଦ୍ୱିଦିବସୀୟ ନିରେନ୍ଦ୍ରନାଥ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଉଦଘାଟିତ ହୋଇଯାଇଛି। ଏହି ଆଲୋଚନାଚକ୍ରକୁ ଉଦ୍ଘାଟନ କରିଥିଲେ ବିଶିଷ୍ଟ ବଙ୍ଗଳା ଲେଖକ ତଥା ସାହିତ୍ୟ ଏକାଡେମୀର ମହତ୍ତର ସଦସ୍ୟ ଶୀର୍ଷେନ୍ଦୁ ମୁଖୋପାଧ୍ୟାୟ। ସେ ନିରେନ୍ଦ୍ରନାଥଙ୍କ ସାହିତ୍ୟ, ବ୍ୟକ୍ତିତ୍ୱ, ଦୂରଦୃଷ୍ଟି ଏବଂ ଭାଷା ଜ୍ଞାନ ସଂପର୍କରେ କହିଥିଲେ।

Omkar Vasthu
Omkar Vasthu

କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀର ସଭାପତି ତଥା ପ୍ରଖ୍ୟାତ କବି ଡକ୍ଟର ମାଧବ କୌଶିକ ସଭାପତିତ୍ୱ କରିଥିବା ବେଳେ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସ ରାଓ। ଡକ୍ଟର କୌଶିକ ନିଜ ଅଭିଭାଷଣରେ କହିଥିଲେ ଯେ, ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଜଣେ ସାହିତ୍ୟ-ଋଷି। ଡକ୍ଟର ରାଓ ନିରେନ୍ଦ୍ରନାଥଙ୍କ ଜୀବନୀ ଓ କୃତିତ୍ୱ ସଂପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ବିଶେଷ ସୂଚନା ପ୍ରଦାନ କରିଥିଲେ ବଙ୍ଗଳା ଉପଦେଷ୍ଟା ମଣ୍ଡଳୀର ଆବାହକ ତଥା ପଶ୍ଚିମବଙ୍ଗର ଉଚ୍ଚଶିକ୍ଷା ମନ୍ତ୍ରୀ ବ୍ରାତ୍ୟ ବସୁ। ସେ ନିରେନ୍ଦ୍ରନାଥଙ୍କ ଲେଖାର ବିଶେଷତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଏହି ଆଲୋଚନାଚକ୍ରରେ ମୂଳ ଭାଷଣ ପ୍ରଦାନ କରି ବଙ୍ଗଳା ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ତଥା ବିଶିଷ୍ଟ ଲେଖକ ଆଲାପନ ବନ୍ଦୋପାଧ୍ୟାୟ କହିଥିଲେ ଯେ, ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀ ବଙ୍ଗଳା ଭାଷାର ସମୃଦ୍ଧି ପାଇଁ ଅନେକ କାର୍ଯ୍ୟ କରିଥିଲେ। ସେ ବଙ୍ଗଳା ସାହିତ୍ୟକୁ ନୂତନ ଦିଗ ଦେଖାଇଥିଲେ। ଏହି ଅବସରରେ ଆଲାପନ ବନେ୍ଦାପାଧ୍ୟାୟଙ୍କ ଦ୍ୱାରା ଇଂରାଜୀ ଭାଷାରେ ରଚିତ ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଜୀବନୀ ଉନ୍ମୋଚିତ ହୋଇଥିଲା । ଉଦ୍ଘାଟନୀ ଅଧିବେଶନରେ ସଂଯୋଜନା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ ସାହିତ୍ୟ ଏକାଡେମୀ କୋଲକାତା କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ। ଅନ୍ୟ ଦୁଇଟି ଅଧିବେଶନରେ ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ଜୀବନୀ ଓ କୃତି ସଂପର୍କରେ ଆଲୋଚନା କରିଥିଲେ ବାରିଦବରଣ ଘୋଷ, ଚିନ୍ମୟ ଗୁହା, ଶେଖର ବସୁ, ହର୍ଷ ଦତ୍ତ, ପ୍ରଚେତ ଗୁପ୍ତ ଏବଂ ପବିତ୍ର ସରକାର।

Udyog Nursery
Udyogi Nursery

ଆସନ୍ତାକାଲି ଦ୍ୱିତୀୟ ଦିବସରେ ନିରେନ୍ଦ୍ରନାଥଙ୍କ ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା କରିବେ ରମେନ କୁମାର ସର, ସୋନାଲି ଚକ୍ରବର୍ତ୍ତୀ ବାନାର୍ଜୀ, ସୁମିତା ଚକ୍ରବର୍ତ୍ତୀ, ମଧୁଶ୍ରୀ ସେନ ସାନ୍ୟାଲ, ପ୍ରସୂନ ଘୋଷ, ସିଉଲି ସରକାର, ପିନାକେଶ ସରକାର, ତରୁଣ ମୁଖୋପାଧ୍ୟାୟ, କ୍ରିଷ୍ଣରୂପ ଚକ୍ରବର୍ତ୍ତୀ। ଉଦଯାପନୀ ବକ୍ତବ୍ୟ ପ୍ରଦାନ କରିବେ ଅଭିରୂପ ସରକାର। କାର୍ଯ୍ୟକ୍ରମ ଶେଷରେ ସାହିତ୍ୟ ଏକାଡେମୀ ଦ୍ୱାରା ନିର୍ମିତ ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ଉପରେ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ଏହି କାର୍ଯ୍ୟକ୍ରମରେ ବହୁ ଲେଖକ ଲେଖିକା, ସାହିତ୍ୟପ୍ରେମୀ ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.