ଡିଭାଇଡରରେ ପିଟି ହେଲା ବାଇକ, ଯୁବକ ଗୁରୁତର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସନ୍ଧ୍ୟାବେଳେ ସୋନପୁର ଜିଲ୍ଲାପାଳଙ୍କ ଅଫିସ୍ ରୋଡରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ତେନ୍ତେଲପଦର ଗ୍ରାମର ଗୌରାଙ୍ଗ ହରିପାଲ। ସେ କୌଣସି କାମରେ ୟାମାହା ଏଫଜେଡଏସ୍ ବାଇକ ନଂ ଓଡି୦୩ ଏବି ୮୧୯୧ ରେ ଆସିଥିବା ବେଳେ ଜିଲ୍ଲାପାଳଙ୍କ ଅଫିସ ରୋଡରେ ଥିବା ଡିଭାଇଡରରେ ଜୋରରେ ବାଡେଇ ହୋଇ ଯାଇଥିଲେ।

Omkar Vasthu
Omkar Vasthu

ଫଳରେ ମୁଣ୍ଡ ବାଡେଇ ହୋଇ ପ୍ରଚୁର ରକ୍ତସ୍ରାବ ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଅବସର ପ୍ରାପ୍ତ ସେନା କର୍ମଚାରୀ ସୁବେଦାର ସଞ୍ଜୟ ଷଡଙ୍ଗୀ ଓ ଅନ୍ୟ ମାନେ ତୁରନ୍ତ ଆମ୍ବୁଲାନ୍ସ ସହାୟତାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିବା ସହ ପରିବାର ଲୋକଙ୍କୁ ଖବର କରିଥିବା ଜଣାପଡ଼ିଛି। ପରେ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବାଇକକୁ ଉଦ୍ଧାର କରିଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.