ଜଳବାୟୁ ପରିବର୍ତ୍ତନ ସାହିତ୍ୟ ପ୍ରତିବିମ୍ବ ସଭା ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଟକ: ଓଡ଼ିଶାର ପ୍ରଥମ ଜଳବାୟୁ ପରିବର୍ତ୍ତନ ସାହିତ୍ୟ ପ୍ରତିବିମ୍ବ ସଭା ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ, ଗତିରାଉତପାଟଣା, କଟକ ଠାରେ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ହୋଇ ଯାଇଛି। ଏହା ୫୦ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି,କବି ଓ କବୟିତ୍ରୀମାନେ ବୃକ୍ଷରୋପଣ କରିଥିଲେ। କବୟତ୍ରୀ ମନୋରମା ମିଶ୍ର ଜଗନ୍ନାଥ ଅଷ୍ଟକମ ଗାନ କରିଥିଲେ। କବି/କବୟିତ୍ରୀ ଓ ଲେଖକ/ଲେଖିକାମାନେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବିଷୟରେ କବିତା, ଗଳ୍ପ, ରମ୍ୟରଚନା, ପ୍ରବନ୍ଧ ପଠନ କରିଥିଲେ।

କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରି ଜଳବାୟୁ ପରିବର୍ତ୍ତନ ସାହିତ୍ୟ ବିଷୟରେ ପ୍ରଥମ ଶ୍ରେଣୀରୁ ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ପଠନ ହେବା ଉଚିତ୍ ବୋଲି ପରାମର୍ଶ ଦେଇଥିଲେ ଏବଂ ଜଳବାୟୁ ପରିବର୍ତ୍ତନର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ତଥ୍ୟ ଭିତ୍ତିକ ଆଲୋଚନା କରିଥିଲେ। ଉଦ୍ଘାଟକ ପ୍ରଫେସର ଡ଼କ୍ଟର କୁମରବର ଦାସ (ପ୍ରାକ୍ତନ କୁଳପତି) ବିଶ୍ଵବାସୀଙ୍କ ମାନସିକତା ବଦଳିଲେ ଜଳବାୟୁ ନିୟନ୍ତ୍ରଣ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ।

ମୁଖ୍ୟ ଅତିଥି ନ୍ୟାୟାଧିଶ ରତିକାନ୍ତ ମହାପାତ୍ର ସରଳ ଜୀବନ ଯାପନ ଜୀବଜଗତକୁ ସନ୍ତୁଳିତ କରିବ ବୋଲି ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ନିଧି କୁମାର ରାଉତରାୟ, ଜଳବାୟୁ ପରିବର୍ତ୍ତନ ଅର୍ଥନୀତିର ଦୃତ ଅବକ୍ଷୟ କରୁଛି ବୋଲି ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ। ସମ୍ମାନିତ ଅତିଥି ଭାବେ ନାରାୟଣ ନାୟକ, ପ୍ରାକ୍ତନ ଓ. ଏ.ଏସ, ବିଜୟ ଦାସ, ପଣ୍ଡିତ ନୀଳକଣ୍ଠ ରାଉତ, ଡଃ. ଦିପାୟନ ପଟ୍ଟନାୟକ, ପରିବେଶବିତ୍, ପ୍ରିୟମ୍ବଦା ନାୟକ, ନିର୍ଦ୍ଦେଶକ‌ ପ୍ରଫେସର ଡ଼କ୍ଟର ସର୍ବ ନାରାୟଣ ମିଶ୍ର, ( ଓ ୟୁ ଏ ଟି) ଯୋଗଦାନ କରି ଜଳବାୟୁ ପରିବର୍ତ୍ତନ ଏବଂ ସାହିତ୍ୟ ପ୍ରତିବିମ୍ବ ବିଷୟରେ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ।

କେଶବ ଧାମ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ଏବଂ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଚିତ୍ରକଳା ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀମାନେ ଓଡ଼ିଶୀ ନୃତ୍ୟ ଏବଂ ଦେଶତ୍ମକବୋଧ ସଙ୍ଗୀତ ଗାନ କରିଥିଲେ। ଓଡ଼ିଶାର ଦଶ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଓଡ଼ିଶା ଜ୍ଞାନ ବିଜ୍ଞାନ ସାରସ୍ବତ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା। ପଚାଶରୁ ଉର୍ଦ୍ଧ କବି ଓ କବୟିତ୍ରୀଙ୍କୁ ଓଡ଼ିଶା ଜ୍ଞାନ ବିଜ୍ଞାନ ସାରସ୍ବତ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା। ଶହେ ପଚାଶ ଜଣ ଛାତ୍ରଛାତ୍ରୀ ପ୍ରତିଭାଙ୍କୁ ଓଡ଼ିଶା ଜ୍ଞାନ ବିଜ୍ଞାନ ସାରସ୍ବତ ପୁରସ୍କାର ୨୦୨୪ ପ୍ରଦାନ କରାଯାଇଥିଲା।

ହେମନ୍ତ କୁମାର ଜେନା ସଭା ପରିଚାଳନା କରିଥିଲେ। ବନଲତା ମହାପାତ୍ର ଜଳବାୟୁକୁ ନେଇ ସୁନ୍ଦର ନାଟକରେ ଏକକ ଅଭିନୟ କରିଥିଲେ। ବିଜୟ କୁମାର ସାହୁ ଏବଂ ଗୋଲାପ ସାହୁ ଜଗନ୍ନାଥଙ୍କ ଜଣାଣ ଗାନ କରିଥିଲେ। ପଚାଶରୁ ଉର୍ଦ୍ଧ କବି ଜଳବାୟୁ ପରିବର୍ତ୍ତନକୁ ନେଇ କବିତା ପାଠ କରିଥିଲେ। ଅତିଥିମାନେ ଲେଖକ ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କ ଶିଶୁ ଗଳ୍ପ ପୁସ୍ତକ “ବିଲୁଆ ବିଚାର” ର ଶୁଭ ଲୋକାର୍ପଣ କରିଥିଲେ। କବି ଅରୁଣ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.