୪ର୍ଥ ବାଟାଲିୟନ ସିଆରପିଏଫ କ୍ୟାମ୍ପରେ ରଥଯାତ୍ରା : କମାଣ୍ଡଡେଂଟ କଲେ ଛେଁରା ପହଁରା

ରାୟଗଡ,୪/୭ : ରାୟଗଡ ଜିଲ୍ଳା ସଦର ମହକୁମା ଠାରେ ଥିବା ୪ର୍ଥ ବାଟାଲିୟନ ସିଆରପିଏଫ (କେନ୍ଦ୍ରୀୟ ରିଜର୍ବ ପୋଲିସ ସୁରକ୍ଷା ବଳ) ହେଡ୍ କ୍ୱାଟର୍ସ କ୍ୟାମ୍ପ ପରିସରରେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ରଥଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ୪ର୍ଥ ବାଟାଲିୟନର ସମସ୍ତ ଅଧିକାରୀ ଓ ଯବାନମାନେ ମନ୍ଦିର ଆକୃତିର ଏକ ସୁସଜ୍ଜିତ ରଥ ପ୍ରସ୍ତୁତ କରିଥିଲେ । ସମସ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ତିିନିଠାକୁରଙ୍କ ପହଣ୍ଡି ବିଜେ କରାଯାଇ ରଥାରୂଢ କରାଯାଇଥିଲା । କମାଣ୍ଡଡେଂଟ ୱାଇ.କେ.ରାଜପୁତ ଏହି ରଥରେ ଛେଁରା ପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା ।

ଯବାନମାନେ ରଥକୁ ଟାଣି କ୍ୟାମ୍ପ ପରିସରରୁ ବାହାରକୁ ଆଣିଥିବା ବେଳେ ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ରଥଟାଣି ପୁଣି ଥରେ କ୍ୟାମ୍ପରେ ଥିବା ଶ୍ରୀ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଆଣିଥିଲେ । ସେଠାରେ ତିନି ଠାକୁରଙ୍କୁ ବିଜେ କରାଯାଇଥିଲା । ଏହି ଅବସରରେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଳା ଏସ.ପି. ଡଃ.ସର୍ବଣା ବିବେକ ଏମ, ସେକେଣ୍ଡ ଇନ୍ କମାଣ୍ଡଡେଂଟ ଏସ.କେ.ଠାକୁର, ଶ୍ରମତୀ ମିତୁ ରଏ, ଡେପୁଟି କମାଣ୍ଡଡେଂଟ ଅଶୋକ ପି.ଏମଙ୍କ ସମେତ ସିଆରପିଏଫର ଅନ୍ୟ ଅଧିକାରୀ ଓ ଯବାନମାନେ ଉପସ୍ଥିତ ରହିଥିବା ବେଳେ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ବୋଲି ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

ରାୟଗଡରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.