ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗିଲା ତିନି ଠାକୁରଙ୍କ ରଥ

ଶରଧା ଶ୍ରୀକ୍ଷେତ୍ରରେ ୩୦ହଜାର ଭକ୍ତଙ୍କ ସମାଗମ

ରାୟଗଡ,୪/୭ : ଓଡିଆ ଜାତିର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ରାୟଗଡ ଶରଧା ଶ୍ରୀକ୍ଷେତ୍ରରେ ୩୦ହଜାରରୁ ଉର୍ଦ୍ଧ ଭକ୍ତଙ୍କ ଗହଣରେ ମହା ସମାରୋହରେ ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିରରୁ ପୂର୍ବାହ୍ନରେ ପହଣ୍ଡି ବିଜେ କରାଯାଇ ତିନି ଠାକୁରଙ୍କୁ ରଥାରୂଢ କରାଯାଇଥିଲା । ରାଜ ପୁରୋହିତ ବାଲୁଙ୍କେଶ୍ୱର ଦାସ ଅପରାହ୍ନ ସାଢେ ୩ଟାରେ ଛେଁରା ପହଁରା କରି ସମସ୍ତ ରୀତିକାନ୍ତି ସଂପନ୍ନ କରିବା ପରେ ରଥଟଣା ଆରମ୍ଭ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ଅତିରିକ୍ତ ଜିଲ୍ଳାପାଳ ସୁଧାକର ଶବର, ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ସର୍ବଣା ବିବେକ ଏମ., ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ,ତହସିଲଦାର ତଥା ନିର୍ବାହୀ ଅଧିକାରୀ (ଦେବୋତ୍ତର ବିଭାଗ) ଉମାକାନ୍ତ ବେହେରା, ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଭି.ଆର.ରାଓ, ଏସ.ଡି.ପି.ଓ ତପନ ନାରାୟଣ ରଥ, ବିଡିଓ ରାଜେନ୍ଦ୍ର ମାଝିଙ୍କ ସମେତ ଅନ୍ୟ ବରିଷ୍ଠ ଜିଲ୍ଳା ପଦାଧିକାରୀମାନେ ଉପସ୍ଥିତ ରହି ଶୃଙ୍ଖଳାର ସହ ରଥଟଣା ହେବା ନିମିତ ତଦାରଖ କରିଥିଲେ ।

Udyog Nursery
Udyogi Nursery

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗୋଟିଏ ପଟ ମହିଳାମାନେ ରଥ ଦଉଡି ଟାଣିଥିବା ବେଳେ ଆଉଗୋଟିଏ ପଟ ପୁରୁଷମାନେ ରଥକୁ ଟାଣି ସଂଧ୍ୟା ୬ଟା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପଂହଚିଥିଲେ । ସେହିପରି ଚତୁର୍ଦ୍ଧାମୂର୍ତିଙ୍କୁ ରାତ୍ର ୧୦ଟା ସମୟରେ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ବିଜେ କରାଯାଇଥିଲା । ରଥଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଳା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ୨ପ୍ଳାଟୁନ ପୋଲିସ ଫୋର୍ସ ସହ ସିଆରପିଏଫ ଓ ବିଏସଏଫ ଯବାନଙ୍କୁ ମୁତୟନ କରିଥିଲେ । ସେହିପରି ଟ୍ରାଫିକ୍ ସମସ୍ୟାକୁ ଦୂର କରିବା ପାଇଁ ମଧ୍ୟ ସୁବନ୍ଦୋବସ୍ତ କରାଯାଇଥିଲା । ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ବଡଦାଣ୍ଡରେ ଧାରା ବିବରଣୀ ଓ ସୂଚନା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା । ଶରଧା ଶ୍ରୀକ୍ଷେତ୍ର ବଡଦାଣ୍ଡରେ ଭକ୍ତମାନଙ୍କୁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ପକ୍ଷରୁ ମାଗଣା ଅନ୍ନ ପ୍ରସାଦ, ପାନୀୟ ଜଳ ଆଦି ବଂଟନ କରାଯାଇଥିଲା । ସେହିପରି ଆଜି ମତ୍ସ୍ୟ ଅବତାର ରୁପେ ଭକ୍ତଙ୍କୁ ମହାପ୍ରଭୁ ଦର୍ଶନ ଦେବାକୁ ଥିବା ବେଳେ କୁର୍ମ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମ, ବଳରାମ, ବୁଦ୍ଧ ଓ କଳକୀ ଦଶାବତାରରେ ଆଗାମୀ ୯ଦିନ ଧରି ଦର୍ଶନ ଦେବେ । ତେବେ ଆଜି ସଂଧ୍ୟା ସାଢେ ୬ଟା ରୁ ଆସନ୍ତା ୧୧ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କ ମନୋରଂଜନ ନିମନ୍ତେ ଭଜନ ସଂଧ୍ୟାର ଆୟୋଜନ କରାଯାଇଥିବା ସୂଚନା ମିଳିିଛି ।

ସେହିପରି ରାୟଗଡ ଜିଲ୍ଳା ଚାନ୍ଦିଲି ପଂଚାୟତର ଜେକେପୁରର ନାଗାବଳୀ ଜଗନ୍ନାଥ ଶ୍ରୀକ୍ଷେତ୍ରରେ ୧୦ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଜେକେ କାଗଜ କଳ ବାଣିଜ୍ୟ ବିଭାଗର ଉପସଭାପତି ବିନୟ କୁମାର ଦ୍ୱିବେଦୀ ଛେରାଁ ପହଁରା କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ରାୟଗଡ ବିଧାୟକ ଲାଲବିହାରୀ ହିମିରିକା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅପରପକ୍ଷେ ଥେରୁବାଲି ସ୍ଥିତ ପର୍ଯ୍ୟଟନସ୍ଥଳୀ ପାଇକପଡାରେ ମଧ୍ୟ ପାରମ୍ପରିକ ରୀତିନୀତିରେ ରଥଯାତ୍ରା ସଂପନ୍ନ ହୋଇଯାଇଛି ।

 

ରାୟଗଡରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.