ଏଇତ ଜୀବନ : ସାହାଯ୍ୟ ଲୋଡୁଛନ୍ତି ଗୁର ସାହୁ : ରୋଗଗ୍ରସ୍ଥ ଜୀବନରେ ଭଙ୍ଗାଘରେ ବିତୁଛି ଦିନ 

 

କର୍ଲାମୁଣ୍ଡା,୨/୧୨(ନବୀନ କିଶୋର ସାହୁ):

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ ଶିଶାଖାଲ ଗ୍ରାମର ଅଧିବାସୀ ଗୁର ସାହୁ (୩୫) ମାଟିଘର କୁଡିଆରେ ରୋଗ ଗ୍ରସ୍ତ ହୋଇ ବିତୁଛି ଜୀବନ । ଆଜକୁ ପ୍ରାୟ ୪ ବର୍ଷ ହେଲା ସେ ରକ୍ତ ଶିକୁଲୀ ରୋଗରେ ପଡି ଦୂର୍ବିସହ ଜୀବନ ବିତାଉଛନ୍ତି । ଘରେ ଗୁରୁଙ୍କ ସ୍ତ୍ରୀ ମାଳତି ଥିବାବେଳେ ବଡ ପୁଅ ବିନୋଦ (୧୩) ଶିଶାଖାଲ ଉଚ୍ଚ ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀରେ ଓ ସାନ ପୁଅ ସୁବ୍ରତ  (୮) ପ୍ରାଥମିକ ବିଦ୍ୟାଳୟ ରେ ଦ୍ବୀତିୟ ଶ୍ରେଣିରେ ଅଧ୍ୟୟନରତ । ଗୁର ସାହୁଙ୍କ ନା ଅଛି ଚାଷ ଜମି ,ନା ଅଛି ରୋଜଗାର। ଗୁର ସାହୁଙ୍କ ସ୍ତ୍ରୀ ମାଳତୀ ଗାଁର ଗଉନ୍ତିଆ ଓ ମହାଜନଙ୍କ ଠାରେ ମୂଲ ଲାଗି ଚାରି ପ୍ରାଣି କୁଟୁମ୍ବଙ୍କୁ ପ୍ରତିପୋଷଣ କରୁଥିବା ବେଳେ ଏବେ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ମାଳତି ସାହୁଙ୍କ ସ୍ବାମୀ ଗୁର ସାହୁ ପୂର୍ବରୁ ଘରର ଏକ ମାତ୍ର ରୋଜଗାର କ୍ଷମ ଥିବା ବେଳେ ବର୍ତମାନ କାମ କରି ପାରୁ ନ ଥିବା ପରିବାର କେମିତି ଚଳିବ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି । ଗୁରୁଙ୍କ ରୋଗ ପାଇଁ  ପ୍ରତି ମାସକ ମଧ୍ୟରେ ଦୁଇ ରୁ ତିନି ୟୁନିଟ ରକ୍ତ ଦେବାକୁପଡେ । ଭବାନିପାଟଣା ସରକାରୀ ଡାକ୍ତର ଖାନାକୁ ଥରେ  ଯିବାକୁ ହେଳେ ତାଙ୍କୁ  ପନ୍ଦର ଶହ ଟଙ୍କା ଗସ୍ତ ଖର୍ଚ ହେଉଥିବାରୁ ସେ ଘରର କଂସା ବାସନ ଠୁ ଆରମ୍ବ କରି ଲୋକଙ୍କୁ ଠୁ ଧାର କରଜ କରି ନୟାନ୍ତ ହୋଇ ସାରିଲେଣି । ଏପଟେ ରୋଗ ସେପଟେ ପେଟର ଭୋକ ଏହି ପସାପାଳିରେ ପେସି ହୋଇଯାଉଛି ଜୀବନ । ଯନ୍ତ୍ରଣାସିକ୍ତ ଜୀବନ ବିତାଉଛନ୍ତି ଏହି ପରିବାର ।

Pearl dental clinic
Near Ashish Medical Store, Bhawanipatna

ଭଙ୍ଗା କୁଡିଆ ଭିତରେ ଚାରି ଚାରୋଟି ଜୀବନ ଦୁଃଖ ,ନିରାଶୟ ତଥା ଅନାହାରରେ ବିତୁଛି । ଏ ଭଳି ଲୋକ ମାନଙ୍କ ପାଇଁ ସରକାରଙ୍କ ତରଫରୁ ବହୁ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ କୌଣସି ଗୋଟିଏ ଯୋଜନା ପହଞ୍ଚି ପାରିନାହିଁ। ଏହି ରୋଗ ଗ୍ରସ୍ତ ଦୟାନିଧି ସାହୁଙ୍କ ଘର ପାଖରେ। ରକ୍ତ ହିନତା ତଥା ପୁଷ୍ଟିହିନତା ରୋଗରେ ଆକ୍ରାନ୍ତ ହୋଇ ଗୁର ସାହୁ ଏବେ ଶଯ୍ୟାରେ ପଡି ରହିଛନ୍ତି । ସରକାରଙ୍କ ତରଫରୁ ରାସନ କାଡ୍ ଖଣ୍ଡେ ମିଳିଥିଲେ ବି ସେଥିରୁ ମିଳୁଥିବା ଚାଉଳ ସମୁଦ୍ର କୁ ଶଙ୍ଖେ ଭଳି। ଏମିତି ସମ୍ବଳରେ ଚାରି ପ୍ରାଣୀ କେମିତି ବଞ୍ଚୁଥିବେ ତାହା ସହଜରେ ଅନୁମେୟ। ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ତୁରନ୍ତ ଗୁର ସାହୁଙ୍କ ଚିକିତ୍ସା ସହ ତାର ପରିବାରକୁ ସ୍ବତନ୍ତ୍ର ଅନୁକମ୍ପା ପ୍ରଦାନ ନ କଳେ ଏହି ଅସହାୟ ଚାରି ପ୍ରାଣୀ ଙ୍କ ଜୀବନରେ କେଉଁ ସନ୍ଧିକ୍ଷଣକୁ ଆସିବ ତାହା କହିହେବ ନାହିଁ । ତେଣୁ ସରକାରୀ ସହାୟତା ଜରୁରୀ ହୋଇ ପଡିଛି ବୋଲି ଗ୍ରାମବାସୀ ମତ ପ୍ରକାଶ କରନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.