ନର୍ଲା +୩ ମହାବିଦ୍ୟାଳୟରେ ଏଡସ୍ ଦିବସ ପାଳନ

କଳାହାଣ୍ଡି,୨/୧୨:

ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ନର୍ଲା ଠାରେ ବିଶ୍ଵ ଏଡସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ସଭାପତ୍ବ କରିଥିଲେ ମହା ବିଦ୍ୟାଳୟର ଅଧକ୍ଷ୍ୟ ନାରାୟଣ ନାଏକ । ଏଥିରେ ଓଡିଆ ଅଧ୍ୟାପକ ସୁଶାନ୍ତ ସାହୁ, ଇଂରାଜି ଅଧ୍ୟାପିକା ବାସନ୍ତୀ ସାହୁ, ଶିକ୍ଷା ଅଧ୍ୟାପକ ମନୋଜ ନନ୍ଦ,  କ୍ରିଡା ଶିକ୍ଷକ କ୍ଷିତିଶ କୁମାର ବଗର୍ତ୍ତୀ ଓ ପୂର୍ବ ଏନୱାଇକେ ଯୁବ ସ୍ବେଚ୍ଥାସେବୀ ତଥା ନର୍ଲା ବ୍ଲକ ବିଜୁ ଯୁବ ବାହିନୀ ର ଯୁବ ସଂଯୋଜକ ହେମସାଗର ସାହୁ ପ୍ରମୂଖ ଯୋଗଦେଇ ଏଡସ୍ ରୁ ଦୂରେଇ ରହିବା ସହ ସମାଜକୁ ସଚେତନତାର ବାର୍ତ୍ତା ପହଞ୍ତାଇବାକୁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.