ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ଭବାନିପାଟଣା ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପରିଚାଳନା ସମିତିର ସଭାପତି ଦୀନବନ୍ଧୁ ମୁଣ୍ଡଙ୍କ ଦ୍ୱାରା କାର୍ଯ୍ୟକ୍ରମର ଉଦ୍ଘାଟନ ହେବା ସହ ଏଥିରେ ଅଧ୍ୟକ୍ଷତା କରିଥିଲେ ବିଦ୍ୟାଳୟର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା। ପ୍ରାରମ୍ଭିକ ଅଭିଭାଷଣ ପରେ ବିଜ୍ଞାନ ଗୁରୁଜୀ ସୁଧୀର କୁମାର ନେଗୀ ଉଦ୍ଧେଶ୍ୟ କଥନ କରିଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ମନୋଜ କୁମାର ନାୟକ। ପରିଚାଳନା କରିଥିଲେ ସୁମତି ମୁଣ୍ଡ।

ଜ୍ଞାନ ବିଜ୍ଞାନ ମେଳାରେ ସଂସ୍କୃତି ଜ୍ଞାନ, ବିଜ୍ଞାନ ଓ ବୈଦିକଗଣିତର ପ୍ରତିଯୋଗିତା ହୋଇଥିଲା। ସର୍ବମୋଟ ୧୬୬ ଟି ବିଜ୍ଞାନ ପ୍ରକଳ୍ପ, ୨୦ଟି ଗଣିତ ପ୍ରକଳ୍ପ ଏବଂ ଶିଶୁବଟିକାର ୬୩ଟି ପ୍ରକଳ୍ପ ପ୍ରଦର୍ଶନୀ ହୋଇଥିଲା। ଶିଶୁ ଭାଇ ଭଉଣୀ ବିଜ୍ଞାନ ପ୍ରୟୋଗ, ଗଣିତ ପ୍ରୟୋଗ ଓ ବିଜ୍ଞାନ ତଥା ଗଣିତ ପତ୍ରବାଚନରେ ଭାଗ ନେଇଥିଲେ। ପ୍ରକଳ୍ପ ପ୍ରଦର୍ଶନୀ ଓ ବିଜ୍ଞାନ ମେଳାର ବୃତ୍ତ କଥନ କୌସ୍ତୁଭମଣି ବାଗ କରିଥିଲେ। ପ୍ରଧାନଆଚାର୍ଯ୍ୟ ମନୋଜ ମୁଣ୍ଡ ପ୍ରଶ୍ନମଞ୍ଚର ପୁରସ୍କାର ପ୍ରଦାନ କରିଥିଲେ। ସଂକୁଳ ପ୍ରମୁଖ ଅଶୋକ କୁମାର ସିଂ ଶିଶୁଭାଇ ଭଉଣୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.