ବର୍ଷେ ପୁରିଲା; ଚକ୍ ଚକ୍ କରୁଛି ସ୍କୁଲ ପୋଷାକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତବର୍ଷ ଠିକ୍ ଏହି ସମୟରେ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ପାଇଥିଲେ ଦୁଇ ହଳ ଲେଖାଏଁ ୟୁନିଫର୍ମ ଓ ଜୋତା ମୋଜା। ଏବେ ବର୍ଷେ ପୁରି ଯାଇଥିଲେ ମଧ୍ୟ ସେମାନଙ୍କ ପୋଷାକ ଠିକ୍ ଠାକ୍ ଥିବା ଦେଖିବାକୁ ମିଳିଛି। ଏନେଇ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଞ୍ଚଳର ଅବିଭାବକମାନଙ୍କ କହିବା କଥା ହେଲା – ପିଲା ଘରେ ବର୍ଷକୁ ଅତି କମରେ ୫/୬ ହଳ ପୋଷାକ ପିନ୍ଧି ଥାନ୍ତି।

Omkar Vasthu
Omkar Vasthu

ଏହାଛଡ଼ା ପର୍ବ ପର୍ବାଣୀରେ ନୂତନ ଡ୍ରେସ୍ ନିହାତି ଦରକାର। ବିଗତ କେତେ ବର୍ଷ ହେଲା ଓଡ଼ିଶା ସରକାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପୋଷାକ, ଜୋତା ମୋଜା, ମଧ୍ୟାହ୍ନ ଭୋଜନ, ପଠନ ସାମଗ୍ରୀ ଓ ପାଠ୍ୟ ପୁସ୍ତକ ମାଗଣାରେ ଯୋଗାଇ ଆସୁଛନ୍ତି। ସମସ୍ତ ସାମଗ୍ରୀର ମାନ ଠିକ୍ ଠାକ୍ ରହୁଛି। ପୂର୍ବାପେକ୍ଷା ପିଲା ବିଦ୍ୟାଳୟ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ଏନେଇ ବୁଦ୍ଧିଜୀବୀମାନେ କହିଛନ୍ତି, ପୋଷାକର ମାନ ଉତ୍ତମ ରହୁଛି ତେଣୁ ଏହାକୁ ବର୍ଷେ ପର୍ଯ୍ୟନ୍ତ ଆରାମରେ ପିଲା ପରିଧାନ କରୁଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.