ଭକ୍ତଙ୍କ ପାଖକୁ ଆସିଲେ ଭଗବାନ : ରଥରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୁରତି

କଳାହାଣ୍ଡି,୫/୭ : ପବିତ୍ର ରଥଯାତ୍ରା ଅବସରରେ ଭକ୍ତଙ୍କ ଗହଣକୁ ଆସିଲେ ଭଗବାନ । ରଥରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୁରତି । ମ.ରାମପୁର ଜଗନ୍ନାଥ ମନ୍ଦିରଠାରେ ବିଧିମତେ ପୂଜାର୍ଚ୍ଚନା ପରେ ଛେରାପହଁରା, ପହଣ୍ଡିବିଜେ ହୋଇଥିଲା । ଛେରାପହଁରା କରିଥିଲେ ମିହିରେନ୍ଦ୍ର ପ୍ରତାପ ସିଂହଦେଓ ଏବଂ ପୂଜାର୍ଚ୍ଚନା କରିଥିଲେ ପୂଜକ ଅଶୋକ କୁମାର ତ୍ରିପାଠୀ । ପରେ ରଥାଋଢ ହେଇ ଚାରିଛକସ୍ଥିତ ମାଉସୀ ମାଁ ମନ୍ଦିରକୁ ଘଣ୍ଟଘଣ୍ଟା, କୀର୍ତ୍ତନ, ଘୁମୁରା ଇତ୍ୟାଦି ବାଦ୍ୟର ତାଳେ ତାଳେ ଭକ୍ତଙ୍କ ଗହଳିରେ ଆସିଥିଲେ । ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ସମାପନ ହେଇଥିବାବେଳେ ପ୍ରକାଶ ଚନ୍ଦ୍ର ସାହୁ, ପ୍ରଶାନ୍ତ ସାମନ୍ତରା, କୃଷ୍ଣଚନ୍ଦ୍ର ସାହୁ, କେଦାର ମହାରଣା, ସୁରେନ୍ଦ୍ର ସାହୁ ପମୁଖ ସହଯୋଗ କରିଥିଲେ । ଠିକ୍ ସେହିପରି ଏହି ବ୍ଲକର ମଦନପୁର, ମୋହନଗିରୀ, ଉର୍ଲଦାନୀ, ବାଙ୍କେଲ, ନୁନପୁର, କଢେଲ, ବାରବନ୍ଧା, ଜୁରାଖମନ, ମୁଡ଼ିଙ୍ଗ, ଗୋଚ୍ଛାଡ଼େଙ୍ଗେନ ଠାରେ ମହା ସମାରୋହରେ ରଥଯାତ୍ରା ସମ୍ପନ୍ନ ହେଇଛି ।

 

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.