ବଡ ଜଗନ୍ନାଥ, ଦଧିବାମନ ଓ ପାତାଳି ଶ୍ରୀକ୍ଷେତ୍ରସ୍ଥ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା

ସୋନପୁର,୫/୭ : ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି । ସହରରେ ଥିବା ବଡ ଜଗନ୍ନାଥ, ଦଧିବାମନ ଓ ବୃନ୍ଦାବନ ବିହାରୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଅପରାହ୍ନ ପ୍ରାୟ ସାଢେ ୬ଟା ବେଳେ ବଡ ଜଗନ୍ନାଥ ମନ୍ଦିରରେ ଠାକୁରମାନଙ୍କୁ ସୁସଜ୍ଜିତ କରାଯାଇ ମଙ୍ଗଳାଚରଣ ନୀତି ସମ୍ପନ୍ନ କରାଯିବା ପରେ ଧାଡି ପହଣ୍ଡିରେ ବାହାର କରାଯାଇଥିଲା । ପରେ ସେବାୟତ ମାନଙ୍କ ଦ୍ୱାରା ପ୍ରଥମେ ବଡଭାଇ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିବା ବେଳେ ମଝିରେ ଦେବୀ ସୁଭଦ୍ରା ଓ ଶେଷରେ ଜଗତରନାଥ ସ୍ୱୟଂ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ଏଠାରେ ପରମ୍ପରଙ୍କ ଅନୁଯାୟୀ, ଗୁଣ୍ଡିଚା ଦିନ କେବଳ ଠାକୁର ମାନଙ୍କୁ ପହଣ୍ଡି କରାଯାଇ ରଥାରୁଢ କରାଯାଇଥିଲା । ଆଜି (ଶୁକ୍ରବାର) ରଥଟଣା କାର୍ଯ୍ୟ କରାଯିବ ବୋଲି ଜିଲା ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ମନ୍ଦିର ପୂଜକ ରାମଗୋପାଳ ପୂଝାରୀ, ଜଗଦାନନ୍ଦ ମିଶ୍ର, , ଟିଲୁ ପାଣିଗ୍ରାହୀ, ନିମେଇ ପାଣିଗ୍ରାହୀ, ମାନସ ରଞ୍ଜନ ମିଶ୍ର, ସୌମ୍ୟକାନ୍ତ ମିଶ୍ର, ଅବିନାଶ ମିଶ୍ର ସନ୍ଦିନୀ ମିଶ୍ର, ଅରବିନ୍ଦ ମଶ୍ର, ସଚ୍ଚିଦାନନ୍ଦ ଦାସ, ସତ୍ୟ ପାଣିଗ୍ରାହୀ, ସିତୁ ମିଶ୍ର, କାଳିଆ ମିଶ୍ର, ଶିବନାରାୟଣ ଦାସ, ନନ୍ଦକିଶୋର ତ୍ରିାଠୀ, ମିଲନ ମିଶ୍ର ପ୍ରମୁଖଙ୍କ ସହ ଶତାଧିକ ସେବାୟତ ତିନି ଠାକୁରଙ୍କ ପହଣ୍ଡିରେ ସହଯୋଗ କରିଥିବା ବେଳେ ରାମଶଙ୍କର ଭୋଇ ଓ ବାଲାଜୀ ବିଭୁରଞ୍ଜନ ତରାସିଆ ଛେରା ପହଁରା କରିଥିଲେ । ତେବେ ଦେବୋତ୍ତର ବିଭାଗ ପକ୍ଷରୁ ବଡ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ତିନୋଟି ସ୍ୱତନ୍ତ୍ର ରଥ ନିର୍ମାଣ କରାଯାଇଥିବା ବେଳେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିବାର ବ୍ୟବସ୍ଥା କରାଯାଇଛି । ଜିଲାପାଳ ମଧୁସୂଦନ ମିଶ୍ର, ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ବଳରାମ ମଲ୍ଲିକ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ପ୍ରମୁଖଙ୍କ ସହ ବିଭିନ୍ନ ଅଧିକାରୀମାନେ ବଡ ଜଗନ୍ନାଥଙ୍କ ମନ୍ଦିରରେ ପହଞ୍ଚି ତିନି ଠାକୁରଙ୍କୁ ଦର୍ଶନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଦଧିବାମନଙ୍କ ରଥଯାତ୍ରା

Udyog Nursery
Udyogi Nursery

ସୁବର୍ଣ୍ଣପୁର ସହରର ଘୋଡାଘାଟ ପଡାର ଦଧିବାମନ ମହାପ୍ରଭୁ, ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି । ସନ୍ଧ୍ୟାରେ ପୂଜାର୍ଚ୍ଚନା ସହ ମଙ୍ଗଳ ଆଳତୀ ପରେ ବଉଳତଳ ମଣ୍ଡପରେ ତିନି ଠାକୁର ହଜାର ହଜାର ଭକ୍ତଙ୍କୁ ସର୍ବସାଧାରଣଙ୍କ ଦର୍ଶନ ଦେଇଥିଲେ । ପରେ ସେବାୟତମାନେ ଠାକୁରମାନଙ୍କୁ ପହଣ୍ଡି କରି ବ୍ୟାସ ଆଶ୍ରମକୁ ନେବା ପରେ ସେଠାରେ ପଡାର ସମସ୍ତ ଜନସାଧାରଣଙ୍କ ସହଯୋଗରେ ପ୍ରସ୍ତୁତ ଉପନ ଭୋଗ ଲାଗିଥିଲା । ପରେ ତିନି ଠାକୁରଙ୍କୁ ଧାଡି ପହଣ୍ଡିରେ କଇଥ ତଳ ଛକକୁ ନିଆଯାଇ ସେଠାରେ ରଥାରୁଢ କରାଯାଇ ମଙ୍ଗଳ ଆଳତୀ କରାଯାଇଥିଲା । ଏଥିରେ ପରମ୍ପରଙ୍କ ଅନୁସାରେ ଶିବନାରାୟଣ ସରାଫ ଠାକୁର ମାନଙ୍କ ଠାରେ ଛେରା ପହଁରା କରିଥିବା ବେଲେ ମନ୍ଦିର ପୂଜକ ଦଧିବାମନ ମିଶ୍ର, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ପ୍ରଦୀପ କୁମାର ବକ୍ସି, ରବିନାରାୟଣ ସରାଫ, ଅଶୋକ ପୁଝାରୀ, ରାଜ ପୁରୋହିତ ଦେବେଶ ମିଶ୍ର, ଯୁଧିଷ୍ଠିର ମେହେର, ଜଗଦାନନ୍ଦ ମିଶ୍ର, ଶାଶ୍ୱତ କୁମାର ମିଶ୍ର, ଅହେଶ୍ୱର ବାରିକ, କଲ୍ୟାଣ ପାଢୀ, ପୁର୍ଣ୍ଣଚନ୍ଦ୍ର ବାରିକ, ଗୋପାଳ ପ୍ରଧାନ, ଦାମୋଦର ନାଏକ, ଓମ ପ୍ରକାଶ ମିଶ୍ର ପ୍ରମୁଖଙ୍କ ସହ ପଡାର ସମସ୍ତ ଜନସାଧାରଣ ସହଯୋଗ କରିଥିଲେ ।

ପାତାଳି ଶ୍ରୀକ୍ଷେତ୍ରରେ ରଥଯାତ୍ରା

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ର ପ୍ରସିଦ୍ଧ ପାତାଳି ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଳିତ ହୋଇଯାଇଛି । ଶ୍ରୀଜିଉ ଶ୍ରୀମନ୍ଦିରରୁ ବାହାରି ରଥାରୁଢ ହେଲାପରେ ଶ୍ରୀଗୁଣ୍ଡିଚାମନ୍ଦିରକୁ ଯାତ୍ରା କରିଛନ୍ତି । ହଜାର ହଜାର ଭକ୍ତଙ୍କ ମେଳରେ ଗହଳଚହଳ ଲଗାଇ ମହାପ୍ରଭୁ ଗୁରୁବାର ମାଉସୀ ଘରେ ପହଞ୍ଚିଛନ୍ତି । ପରିଚାଳନା ପରିଷଦର ନିର୍ଦ୍ଧାରିତ ସମୟରେ ନୀତିକାନ୍ତ ଶେଷ ହେଲା ପରେ ପୂଜକଗୁଣାକର ପଣ୍ଡା ଓ ଦେବାର୍ଚ୍ଚନ ଦାଶଙ୍କ ତତ୍ତ୍ୱାବଧାନରେ ରଥ ପ୍ରତିଷ୍ଠା କାର୍ଯ୍ୟ କରାଯାଇଥିଲା । ପରେ ଧାଡି ପହଣ୍ଡିରେ ଅଣାଯାଇ ସୁଦର୍ଶନଙ୍କୁ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କଲାପରେ ବଡଭାଇ ପ୍ରଭୁ ବଳଭଦ୍ରଙ୍କୁ ତାଳଧ୍ୱଜ, ଦେବୀସୁଭଦ୍ରାଙ୍କୁ ଦେବଦଳନ ଏବଂ କାଳିଆ ସାଆନ୍ତଙ୍କୁ ନନ୍ଦିଘୋଷ ରଥରେ ବିରାଜମାନ କରାଯାଇଥିଲା । ଗଡତ୍ୟା ଚମରା ଅମାତଙ୍କ ଛେରାପହରା ପରେ ଦେବଦଳନ ରଥକୁ କେବଳ ମହିଳାମାନେ ଟାଣିଥିବାବେଳେ ଅନ୍ୟ ଦୁଇ ରଥକୁ ଉପସ୍ଥିତ ଶ୍ରଦ୍ଧାଳୁମାନେ ଟାଣିଟାଣି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ । ସେହିରି ରେଡମ ଗୌନ୍ତିଆ ନରସିଂହ ପଧାନ ଓ ଗୋପାଲ ପଣ୍ଡା ପହଣ୍ଡି ଛେରାପହରା ନୀତି କାର୍ଯ୍ୟ ସମ୍ପଙ୍କଦନ କରିଥିଲେ । ରାମକୃଷ୍ଣ ହୋତା ଓ ପାଇଶ୍ୱର ବଘାର ଧାରାବିବରଣୀ ପ୍ରଦାନ କରିଥିଲେ । ସୁବଳୟା, ଗଡଭିତର, ଖୁଣ୍ଟଲାପାଲି ଓ ପୁରୁଣା କଟକ ମହିଳା ସଂକୀର୍ତ୍ତନ୍ୟ ଦଳ ପ୍ରମୁଖ ରଥଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଉତ୍ତରାଞ୍ଚଳ ପୁଲିସ ଡିଆଇଜି ସତ୍ୟବ୍ରତ ଭୋଇ, ଏସପି ଦେବୀପ୍ରସାଦ ଦାଶ, ଉପଜିଲାପାଳ ସୁବ୍ରତ କୁମାର ବେହେରା, ଉଲୁଣ୍ଡା ତହସିଲଦାର ନିଲାମ୍ବର ମହାନନ୍ଦ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.