ଶଙ୍ଖନିଧିଙ୍କ ବିୟୋଗରେ ସୁବର୍ଣ୍ଣପୁରରେ ଶୋକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ):  ସୋନପୁର ବଡ଼ବଜାର ରାୟଗୁରୁ ପଡା ନିବାସୀ ଶଙ୍ଖନିଧି ରାୟଗୁରୂ (ମୁନ୍ନା) ଙ୍କ ୬୨ ବର୍ଷ ବୟସରେ ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ହୃଦଘାତ ଜନିତ ରୋଗର ଚିକିତ୍ସା ହେଉଥିବା ସମୟରେ ଦେହାନ୍ତ ଘଟିଛି। ତାଙ୍କର ଜୁଲାଇ ୮ ତାରିଖରେ ଓପନ ହାର୍ଟ ସର୍ଜରୀ ହୋଇଥିବା ବେଳେ ସେଠାରେ ରହି ସେ ଆସ୍ତେ ଆସ୍ତେ ସୁସ୍ଥ ଅନୁଭବ କରୁଥିଲେ କିନ୍ତୁ ହଠାତ ୪ ଦିନ ତଳେ ପୁଣି ଅସୁସ୍ଥତା ଅନୁଭବ କରିବାରୁ ପୁଣି ଚିକିତ୍ସା ଚାଲିଥିବା ବେଳେ ୩ ତାରିଖ ସକାଳୁ ଦେହାନ୍ତ ହୋଇଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ସ୍ବେଛାସେବୀ ଭାବେ ଜଣାଶୁଣା ଶ୍ରୀ ରାୟଗୁରୁ ଏଇ ମାଟି ପାଇଁ ଅନେକ ନିସ୍ଵାର୍ଥପର ସେବା କରି ଉଦାହରଣ ସୃଷ୍ଟି କରିଯାଇଛନ୍ତି। ବିଶେଷ ଭାବରେ ଦରବାର ସାହିତ୍ୟକୁ ସଂରକ୍ଷଣ କରି ଲୋକଲୋଚନକୁ ଆଣିବାର ଉଦ୍ୟମ ନିଶ୍ଚିତ ଭାବେ ତାଙ୍କୁ ଏଇ ମାଟି ମନେରଖିବ।

Omkar Vasthu
Omkar Vasthu

ବିଭିନ୍ନ ଅନୁଷ୍ଠାନ ସହିତ ସେ ଯୋଡି ହୋଇ ମାଟିର ବିଭିନ୍ନ ସମସ୍ୟା ଉତ୍ଥାପନ କରି ସଫଳ ହୋଇଥିବାର ନଜିର ନିଶ୍ଚିତ ଆଗାମୀ ପିଢ଼ିଙ୍କୁ ପ୍ରେରଣା ଯୋଗାଇବ। ତାଙ୍କର ଧର୍ମପତ୍ନୀ ଗୋଟିଏ ପୁଅ ଓ ଗୋଟିଏ ଝିଅ ସହିତ ପରିବାରର ଭାଇଭଉଣୀ ଓ ଅନ୍ୟାନ୍ୟ ସଦସ୍ୟଙ୍କ ସହିତ ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ପାରିବାରିକ ଜୀବନ ବିତାଉଥିବା ଶ୍ରୀ ରାୟଗୁରୁ ଙ୍କ ଅକାଳ ବିୟୋଗ ରେ ସାରା ସହର ସ୍ତବ୍ଧ ହୋଇଯାଇଛି। ବିଶାଖାପାଟଣାରୁ ତାଙ୍କର ପାର୍ଥିବ ଶରୀର ସୋନପୁରରେ ଗତ କାଲି ରାତି ୧୧ ଟା ରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କର ମର ଶରୀରକୁ ବହୁ ବିଶିଷ୍ଟ ବ୍ୟକ୍ତି ଅନ୍ତିମ ଦର୍ଶନ କରିଥିବା ବେଳେ ରାତ୍ର ୧୨ ଟାରେ ରାମେଶ୍ୱର ସ୍ଥିତ ତ୍ରୀବେଣୀ ସଙ୍ଗମ ଠାରେ ତାଙ୍କର ପୁଅ ଓମ ରାୟଗୁରୁ ମୁଖାଗ୍ନି ଦେବା ସହ ଅନ୍ତିମ ସଂସ୍କାର ଯଥାରୀତିରେ ସତ୍କାର ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.