ଜାମପଦରରେ ଗ୍ରାମ୍ୟ ଜଳଯୋଗାଣ ଅଧାପନ୍ତରିଆ: ବିଧାୟକଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସରକାର ଗ୍ରାମାଞ୍ଚଳ ବିକାଶ ତଥା ଜଳ ଯୋଗାଣ ସକାଶେ କୋଟି କୋଟି ଟଙ୍କା ଅର୍ଥ ବିନିଯୋଗ କରି ଲୋକଙ୍କ ବ୍ୟବସ୍ଥା କରୁଥିବା ବେଳେ କିନ୍ତୁ ଏହାର ବ୍ୟତିକ୍ରମ ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବିବିନା ପଞ୍ଚାୟତ ଜାମପଦର ଗାଁରେ ଦେଖିବାକୁ ମିଳିଛି। ପ୍ରକାଶ ଯେ, ଏହି ଗାଁର ଗ୍ରାମ୍ୟ ଜଳ ଯୋଗାଣ ପାଇଁ ସରକାର ଅର୍ଥ ମଞ୍ଜୁର କରିଥିବା ବେଳେ ଠିକାଦାର ଜଣକ ଅଧାପନ୍ତରିଆ କାଯ୍ୟ କରି ବର୍ତମାନ ବନ୍ଦ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ରତର ଦେଖାଦେଇଛି। ଏପରିକି ଜଳ ଯୋଗାଣ ନାଁ ରେ ଠିକାଦାର ଜଣକ ବିରାଟ ବିରାଟ ଗାତ ଖୋଲି କରି ଛାଡି ଦେଇଥିବା ବେଳେ ଲୋକେ ଗାତ ପଡି ଦୁର୍ଘଟଣାର ଶିକାର ମଧ୍ୟ ହେବାକୁ ପଡୁଛି। ଏ ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କୋଣସି କର୍ଣ୍ଣପାତ କରୁନାହାନ୍ତି। ଯାହା ଫଳରେ ଲୋକେ ଗାତ ଖୋଲା ହୋଇଥିବା ବେଳେ ବର୍ଷା ଦିନରେ ପାଣି ଜମା ରହୁଥିବା ବେଳେ ଡେଙ୍ଗୁ ଆତଙ୍କ ସୃଷ୍ଟି ହୋଇପାରେ ବୋଲି ଗାଁ ଲୋକେ ଭୟଭୀତ ଅବସ୍ଥା ରହୁଛନ୍ତି।

ଗତ ୨ ତାରିଖ ଦିନ ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ ସାପ କାମୁଡାରେ ଭାଇ ଭଉଣୀ ମୃତ ଘଟଣାରେ ଉକ୍ତ ଗାଁକୁ ପହଂଚି ଥିବାବେଳେ ଗ୍ରାମବାସୀ ବିଧାୟକ ଶ୍ରୀ ଜୈନ ଗାଁର ଗ୍ରାମ୍ୟ ଜଳ ଯୋଗାଣ ସମସ୍ୟା ନେଇ ଅଭିଯୋଗ ଉଠାଇଥିଲେ। ଏହି କାର୍ଯ୍ୟ ଦୀର୍ଘ ୭ ମାସରୁ ଉର୍ଦ୍ଧ ହେଲା ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅବହେଳା ଯୋଗୁଁ କାର୍ଯ୍ୟ ଠପ ହୋଇ ପଡିରହିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ଏଣୁ ଏ ଦିଗରେ ବ୍ଲକ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଭୂମିସୁତା ସାଗର , ସେହ୍ନଲତା ସାଗର, ଶାନ୍ତି ସାଗର, ମମତା ସାଗର, କୁମାରୀ ସାଗର, ମିତା ସାଗର, ମାଳତୀ ସାଗର, ଯଜ୍ଞ ସାଗର, କୁମଦିନୀ ସାଗର, ମତି ସାଗର, ସୌଦାମିନୀ ସାଗର, ରମଣି ନାଗ, ଚମ୍ପୁ ସାଗର ଓ ଭକ୍ତି ସାଗରଙ୍କ ସମେତ ଗ୍ରାମବାସୀ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.