ପ୍ରତିଭାସମ୍ପନ୍ନ ଗୀତିକାର ଶିବବ୍ରତ ଦାସଙ୍କୁ ସମର୍ପିତ ହେଲା ପ୍ରଜାପତି ଗୀତିକବିତା ଉତ୍ସବ ଓ ମଞ୍ଚ

ଗୀତିକବିତା ଓଡ଼ିଆ ସାହିତ୍ୟର ସୁମଧୁର ଉଚ୍ଚାରଣ, କହିଲେ ଅତିଥି

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ‘ଯା’ରେ ଭାସିଯା’ ଓ ‘ନଦୀର ନାମ ଅଳସ କନ୍ୟା’ ଭଳି ଶ୍ରୋତାପ୍ରିୟ ଗୀତର ଗୀତିକାର ବାଲେଶ୍ଵର ମାଟିର ପୁଅ ପ୍ରତିଭାବାନ ସ୍ରଷ୍ଟା ଶିବବ୍ରତ ଦାସଙ୍କ ସ୍ମୃତିରେ ସମର୍ପିତ ‘ପ୍ରଜାପତି ଗୀତି କବିତା ସମ୍ମାନ ପ୍ରଦାନ’ ଉତ୍ସବ ସ୍ଥାନୀୟ ଆତିଥ୍ୟ ଭବନ ସମ୍ମିଳନୀ କକ୍ଷରେ ଗତକାଲି ସନ୍ଧ୍ୟାର ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ‘ପ୍ରଜାପତି’ର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସଙ୍କ ପୌରୋହିତ୍ୟରେ ଉତ୍ସବରେ ଭକ୍ତ ସାଲବେଗଙ୍କ ରଚିତ ଏକ ସମବେତ ଭକ୍ତି ସଂଗୀତକୁ ‘ସ୍ଵରାଗିଣୀ’ ଅନୁଷ୍ଠାନର ମୁଖ୍ୟ ଗୁରୁ ମୋନାଲିସା ମହାନ୍ତିଙ୍କ ପରିଚାଳନାରେ ଶିଳ୍ପୀଗଣ ପରିବେଷଣ କରିଥିଲେ । ଗୀତିକାର ଶିବବ୍ରତ ଦାସଙ୍କ ରଚିତ ଏକ ଗୀତକୁ ନିର୍ଦ୍ଦେଶକ ପ୍ରମୋଦ ଦାସ ଗାନ କରିଥିବାବେଳେ ସଂଗ୍ରାମ ମହାନ୍ତିଙ୍କ ରଚିତ ଲୋକପ୍ରିୟ ଗୀତ ‘ଝୁମାଝୁମା ଗୋଲାପି ବେଳାରେ’କୁ ପ୍ରତିଭାବାନ ଶିଳ୍ପୀ ଶ୍ଵେତାଲିସା ଶୁଭଦର୍ଶିନୀ ଗାନ କରିଥିଲେ ।

Omkar Vasthu
Omkar Vasthu

ସ୍ଵାଗତ ପର୍ବରେ ପ୍ରଥମେ ଅତିଥି, ସମ୍ମାନିତ ପ୍ରତିଭା ଓ ଶିଳ୍ପୀଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରାଯାଇ ସ୍ଵାଗତ କରାଯାଇଥିଲା । ବିପ୍ଳବ ଦାସ ମହାପାତ୍ର, ରାଜେଶ ଗିରି, ଅମରଜିତ ଦାସ, ପାର୍ଥସାରଥୀ ସାହୁ ଓ କବି ମଧୁସୂଦନ ମିଶ୍ର ସଂକ୍ଷିପ୍ତ ଉତ୍ସବ କଥା ରଖିଥିଲେ । ଏହି ଅବସରରେ ଓଡ଼ିଶାର ପ୍ରତିଭାବାନ ଗୀତିକବି ଓ ଚଳଚ୍ଚିତ୍ର ଜଗତରେ ଗୀତ ରଚନା କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭଞ୍ଜମାଟିର ପୁଅ ସଂଗ୍ରାମ କେଶରୀ ମହାନ୍ତିଙ୍କୁ ‘ପ୍ରଜାପତି ଗୀତିକବିତା ସମ୍ମାନ- ୨୦୨୪’ ଓ କଟକର ସୁନାମଧନ୍ୟ ଗୀତିକବି ଓ ସଂଗଠକ ପ୍ରେମଚାନ୍ଦ ମହାନ୍ତିଙ୍କୁ ‘ସ୍ୱତନ୍ତ୍ର ଗୀତିକବିତା ସମ୍ମାନ – ୨୦୨୪’ ପ୍ରଦାନ କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଗୀତିକାର ଶିବବ୍ରତ ଦାସଙ୍କ ସ୍ମୃତିରେ ଆମ ମାଟିର ଗୀତିକବି ଭରତ ଚନ୍ଦ୍ର ଦାଶ, ସୁରଞ୍ଜନ ପାତ୍ର ଓ ଡ. ଦିଲ୍ଲୀପ ରଥଙ୍କୁ ‘ଆମ ମାଟିର ଗୀତିକବି ସମ୍ମାନ- ୨୦ ୨୪’ ଅତିଥିମାନେ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନ ଗ୍ରହଣ କରି ଗୀତିକାର ସଂଗ୍ରାମ ମହାନ୍ତି କହିଲେ ଯେ ଗୀତିକବିତା ଓଡ଼ିଆ ସାହିତ୍ୟର ଏକ ସୁମଧୁର ଉଚ୍ଚାରଣ ଓ ପ୍ରକୃତି, ପ୍ରେମ ଓ ପ୍ରଭୁଙ୍କୁ ନେଇ ପୃଥିବୀର ସମସ୍ତ କବିତା ସୃଷ୍ଟି ହୋଇଛି । ଏହି ଉତ୍ସବ ମୋତେ ଆନନ୍ଦ ଦେଇଛି । ସମ୍ମାନ ଗ୍ରହଣ କରି ଗୀତିକବି ପ୍ରେମଚାନ୍ଦ ମହାନ୍ତି କହିଲେ ଏମିତି ଉତ୍ସବମାନ ଆମ ଗୀତିକବିତାକୁ ଅଧିକ ପ୍ରାଣମୟ କରିବ । ଆମ ମାଟିର ଗୀତିକବି ସମ୍ମାନ ୨୦୨୪ ଗ୍ରହଣ କରି ଭରତ ଚନ୍ଦ୍ର ଦାଶ, ସୁରଞ୍ଜନ ପାତ୍ର ଓ ଡ. ଦିଲ୍ଲୀପ ରଥ ନିଜ ନିଜର ଗୀତିକବିତା ପାଠ କରିଥିଲେ ଓ ଗୀତିକବିତା ସଂପର୍କରେ କଥା ରଖିଥିଲେ ।

ଚାନ୍ଦିପୁର ପି.ଏକ୍ସ.ଇ.ର ଆସୋସିଏଟ୍ ଡିରେକ୍ଟର ବୈଜ୍ଞାନିକ ଡ. ହିମାଂଶୁ ପଣ୍ଡା ଉଦ୍‌ଘାଟକ ଭାବେଯୋଗ ଦେଇ ନିଜ ବକ୍ତବ୍ୟରେ କହିଲେ, ମଣିଷର ସୃଜନାତ୍ମକ ଚିନ୍ତାଧାରା ଶବ୍ଦ ଓ ଅକ୍ଷରରେ କବିର ମନକୁ ଛୁଏଁ ଓ କବିତାଟିଏ ସୃଷ୍ଟି ହୋଇଯାଏ।ଅତିଥି ଭାବେ ଡ. ହରିଶ୍ଚନ୍ଦ୍ର ବେହେରା, ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, କବି ଶ୍ରୀଦେବ, ଡ. ଶିରୀଶ ଚନ୍ଦ୍ର ଜେନା, କବି ଓ ସଂପାଦକ କୃଷ୍ଣ କୁମାର ମହାନ୍ତି, କବି ଶୁଭେନ୍ଦୁ ଦାସ, ଉପଦେଷ୍ଟା ଶଶିରଞ୍ଜନ ମଲ୍ଲିକ ପ୍ରମୁଖ ଯୋଗଦାନ କରି ଗୀତିକବିତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ଓ ସମ୍ମାନିତ ଅତିଥିମାନଙ୍କୁ ସମ୍ମାନ ପ୍ରଦାନ କରିଥିଲେ। ଅତିଥି ମାନେ ନିଜ ନିଜର ବକ୍ତବ୍ୟରେ କହିଥିଲେ, “ବର୍ତ୍ତମାନ ସମୟରେ କବିମାନେ ଗୀତିକବିତାର ଜୟଯାତ୍ରାରେ ସାମିଲ ହେବା ଆବଶ୍ୟକ। ଅନୁଷ୍ଠାନର ସଦସ୍ୟା ଓ ସାହିତ୍ୟପ୍ରେମୀ, ରଶ୍ମୀ ସ୍ୱାଇଁ, ରୋଜାଲିନ୍, ଶତପଥୀ, ସୁଜାତା ଦାସ, ପ୍ରତିମା ତ୍ରିପାଠୀ, ସରସ୍ଵତୀ ଭୋଇ, ଶ୍ରୀୟା ମହାପାତ୍ର ପରିଚୟ ପଠନ କରିଥିଲେ । ପ୍ରେୟସୀ ମହାପାତ୍ର, ରଂଜନା ଘୋଷ, ରଶ୍ମିତା ଆଚାର୍ଯ୍ୟ, ନନ୍ଦିତା ନାୟକ ମାନପତ୍ର ପାଠ କରିଥିବା ବେଳେ ପାର୍ଥସାରଥୀ ସାହୁ, ଜୀବନଜ୍ୟୋତି ସ୍ଵାଇଁ, ଶୁଭ୍ରାଂଶୁ ପଣ୍ଡା, ସନ୍ତୋଷ ଦଳେଇ, ପ୍ରଶାନ୍ତ ପଟେଲ, ସଂଜୀବ ନାୟକ ଓ ନୀଳମଣି ମଣ୍ଡଳ ପ୍ରମୁଖ ସମ୍ବର୍ଦ୍ଧନା ପର୍ବକୁ ପରିଚାଳନା କରିଥିଲେ । କବି ମଧୁସୂଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବାବେଳେ ଉତ୍ସବକୁ ସମର୍ପିତ ଉଦ‌ଯାପନୀ ନୃତ୍ୟ ଗୁରୁ ପ୍ରଦୀପ ବେହେରାଙ୍କ ପରିଚାଳନାରେ ‘ନୃତ୍ୟାୟନ’ର ଶିଳ୍ପୀଗଣ ପରିବେଷଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.