ପରଜା ପଡା ବିଦ୍ୟାଳୟର ଛାତରୁ ଗଳୁଛି ପାଣି, ବାଧାପ୍ରାପ୍ତ ଶିକ୍ଷାଦାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ଗ୍ରାମର ପରଜାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ଚାରିକାନ୍ଥ ଓ ଛାତରୁ ଗଳୁଛି ପାଣି। ସୂଚନା ଅନୁଯାଇ ପରାଜପଡା ପ୍ରାଥମିକ ବିଦ୍ୟାଳୟ ୧୯୯୧ ମସିହାରୁ ସ୍ଥାପିତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କୋଣସି କାନ୍ଥ ବାଡ଼ ନାହିଁ, ଯାହା ଦ୍ୱାରା ବିଦ୍ୟାଳୟର ପଡୁଥିବା ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନେ ସୁରକ୍ଷିତ ଅନୁଭବ କରୁନାହାନ୍ତି, କାରଣ ବିଦ୍ୟାଳୟକୁ ଲାଗି ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକରିଚଞ୍ଚରାକୁ ରାସ୍ତା ଯାଇଛି।

Omkar Vasthu
Omkar Vasthu

ବର୍ଷା ସମୟରେ ବିଦ୍ୟାଳୟର ୪ ଦିଗ ଛାତରୁ ଗଳୁଛି ପାଣି। ଅଫିସ କର୍ଯ୍ୟଳୟ, ୨ ଶ୍ରେଣୀ ଗୃହ. ବିଦ୍ୟାଳୟର ବାରଣ୍ଡା ଓ ରୋଷେଇ ଗୃହ ମଧ୍ୟ ଅଳ୍ପ ବର୍ଷା ହେଲେ ପାଣି ଗଳିବାରୁ ଛାତ୍ର ଛାତ୍ରୀ ମାନଙ୍କୁ ପଢିବା ସମୟରେ ଅସୁବିଧା ହେଉଅଛି। ଅଫିସରେ ପାଣି ଗଳିବା ଦ୍ୱାରା ସରକାରୀ କାଗଜ ପତ୍ର ନଷ୍ଟ ହେବାର ଆଶଙ୍କା ରହିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ମୁଖ୍ୟତଃ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ କରିବା ସମୟରେ ବର୍ଷା ପାଣି ଗଲୁଥିବାରୁ ଛତା ଟିଏ ଧରି ରୋଷେଇ କରିବାକୁ ପଡୁଛି ବୋଲି ପାଚିକା କହିଛନ୍ତି। ସେଥିପାଇଁ ବିଦ୍ୟାଳୟ ପରିଚାଳନା କମିଟି ଓ ଗାଁର ସମସ୍ତ ଅଭିଭାବକ ମାନେ ଯଥା ଶୀଘ୍ର ମରାମତି କରିବା ପାଇଁ ସରକାର ଓ ପ୍ରଶାସନ ପାଖରେ ଦାବି କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.