ଜିଲ୍ଲାସ୍ତରୀୟ କୃଷକ ଉତ୍ପାଦକ କମ୍ପାନୀ ସଚେତନତା ଶିବିର

ଓଡ଼ିଆ ବାର୍ତ୍ତା/ ବରଗଡ଼: ବରଗଡ ଜିଲ୍ଲା କୃଷି ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଠାରେ ଏକ ଜିଲ୍ଲା ସ୍ତରୀୟ କୃଷକ ଉତ୍ପାଦକ କମ୍ପାନୀ ସଚେତନତା ଶିବିର ଆୟୋଜିତ ହେଇ ଯାଇଚି l ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାର ପ୍ରମୁଖ ଡି ଡି ଏମ୍ ନାବାର୍ଡ ହଟକିଶୋର ବେହେରା, ଏଲ୍ ଡି ଏମ ବରଗଡ ମହେଶ୍ୱର ସାହୁ, ମୂର୍ତ୍ତିକା ସଂରକ୍ଷଣ ବିଭାଗ ଉପ ନିର୍ଦେଶକ ଭୀମସେନ ସେଠ, ଏ ଡି ଏଚ ପଦ୍ମପୁର ଗୋବିନ୍ଦ ପଧାନ, (ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ) ପ୍ରସନ୍ନ ମିଶ୍ର , ଅତିରିକ୍ତ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡା. ବିରୁପାକ୍ଷ ନାୟକ,କୃଷି ବିଜ୍ଞାନ କେନ୍ଦ୍ର ର ନରସିଂହ ବାରିକ, ଆର୍ ଏମ ସି ବରଗଡ, ମହାଶକ୍ତି ଫାଉଣ୍ଡେସନ ର ସମ୍ପାଦିକା ସୁଶ୍ରୀ ରୋଜାଲୀନ ଭୂୟାଁ ତଥା କୃଷକ ଉତ୍ପାଦକ କମ୍ପାନୀ ମାନଙ୍କର ପରିଚାଳନା ନିର୍ଦ୍ଦେଶକ/ ନିର୍ଦେଶିକା, ମୁଖ୍ୟ ପରିଚାଳନା କର୍ମକର୍ତ୍ତା, ବୋର୍ଡ ମେମ୍ବର ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନେ ଜିଲ୍ଲାର ସମସ୍ତ କୃଷକ ଉତ୍ପାଦକ କମ୍ପାନୀ ଗୁଡିକୁ କିପରି ବ୍ୟବସାୟୀ ଭିତ୍ତି ରେ ସ୍ଥାୟୀ ଦୃଢ଼ୀକାରଣ କରାଯାଇପାରିବ ଏବଂ ଗ୍ରାମୀଣ ଅଂଚଳ ରେ କମ୍ପାନୀ ରେ ଅନ୍ତର୍ଭୁକ୍ତ ଥିବା ଚାଷୀ ମାନଙ୍କ ର ଆୟ କୁ ବହୁଗୁଣିତ କରାଯାଇପାରିବ ସେଇ ବିଷୟ ରେ ଆଲୋଚନା କରିଥିଲେ । ବିଭିନ୍ନ ଡିପାର୍ଟମେଣ୍ଟରୁ ଯୋଗ ଦେଇ ଥିବା ସରକାରୀ କର୍ମକର୍ତ୍ତା ଗଣ ସରକାରଙ୍କର ଯୋଜନା ସମ୍ବଧୀୟ ତଥ୍ୟ ପ୍ରଦାନ କରିଥିଲେ ଏବଂ କୃଷକ ଉତ୍ପାଦକ କମ୍ପାନୀ ଜରିଆରେ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରି ଚାଷୀ ମାନଙ୍କ ଆର୍ଥିକ ମାନଦଣ୍ଡ କୁ ସୁଦୃଢ କରିବା ସହିତ କମ୍ପାନୀ ମଧ୍ୟ ଲାଭବାନ ହେବାକୁ ପରାମର୍ଶ ଦେଇଥିଲେ l ଏଥିରେ ଉପସ୍ଥିତ କମ୍ପାନୀ ସମସ୍ତ ଯୋଜନାକୁ ନେଇ କିପରି ସଫଳତା ହାସଲ କରିପାରିବେ ସେ ନେଇ ଉତ୍ସାହ ପ୍ରକାଶ କରିଥିଲେ l କାର୍ଯ୍ୟକ୍ରମ ର ପରିଚାଳକ ଡି ଡି ଏମ୍ ନାବାର୍ଡ ଶ୍ରୀଯୁକ୍ତ ବେହେରା ସମସ୍ତ କୃଷକ ଉତ୍ପାଦକ କମ୍ପାନୀ ମାନଙ୍କୁ ସ୍ଥାୟୀ ବ୍ୟବସାୟୀ ଭିତ୍ତିରେ ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ ପୂର୍ବକ ଶୁଭେଚ୍ଛା ଓ ଧନ୍ୟବାଦ ଅର୍ପଣ କରିଥିଲେ l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.