ବାଲେଶ୍ଵରରେ ଉଦଘାଟିତ ହେଲା ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ-୨୦୨୪

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ସିଦ୍ଧି ବିନାୟକ ଇଂରାଜୀ ମିଡିୟମ ସ୍କୁଲ ଠାରେ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ- ୨୦୨୪ ଉଦ୍ଘାଟିତ ହୋଇଯାଇଛି।ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ଦୁଲାଲସେନ ଜଗଦ୍ଦେବ ସ୍କୁଲ ଛାତ୍ରଛାତ୍ରୀଙ୍କୁ କୃମିନାଶକ ବଟିକା ଖୁଆଇ ଏହାର ଶୁଭାରମ୍ଭ କରିବା ସହିତ ପିଲାଙ୍କ ମାନସିକ ଓ ଶାରୀରିକ ଅଭିବୃଦ୍ଧି ପାଇଁ କୃମିନାଶକ ବଟିକାର ମହତ୍ଵପୁର୍ଣ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଆଜି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ସମେତ ଅନ୍ୟାନ୍ୟ ଅଞ୍ଚଳରେ ୧ ରୁ ୧୯ ବର୍ଷ ବୟସର ପିଲାମାନଙ୍କୁ କୃମିନାଶକ ଔଷଧ ଖାଇବାକୁ ଦିଆଯାଇଛି। ପିଲାମାନଙ୍କୁ ପୁଷ୍ଟିହୀନତା ଓ ରକ୍ତହୀନତାରୁ ଦୁରେଇ ରଖିବା ପାଇଁ ଏହି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିବା ବେଳେ ଆଜି ଯେଉଁ ପିଲାମାନେ ବାଦ୍ ପଡିଯାଇଥିବେ ସେମାନଙ୍କୁ ଅଗଷ୍ଟ ୧୭ ତାରିଖ ଦିନ କୃମିନାଶକ ଔଷଧ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। କୃମିନାଶକ ଦିବସର ମହତ୍ୱ ବୁଝାଇବା ପାଇଁ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ କ୍ଷୁଦ୍ର ନାଟକ ମଞ୍ଚସ୍ଥ ହୋଇଥିଲା। ଏଥି ସହିତ ଜିଲ୍ଲାର ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ରରେ ୨୦ ରୁ ୨୪ ବର୍ଷ ଭିତରେ ଅଣ ଗର୍ଭବତୀ ଏବଂ ଅଣସ୍ତନପାନ ମହିଳାଙ୍କୁ କୃମିନାଶକ ବଟିକା ଦିଆଯାଇଛି।

Omkar Vasthu
Omkar Vasthu

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ଦୁଲାଲସେନ ଜଗଦ୍ଦେବ, ଏଡିପିଏଚଓ କୁଷ୍ଠରୋଗ ଡ଼. ସଞ୍ଜୀବ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଧରଣୀଧର ପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ, ଡିପିଏମ ଶ୍ରୀ ଅନିଲ ମହାନ୍ତି, ସିଦ୍ଧି ବିନାୟକ ଇଂରାଜୀ ମିଡିୟମ ସ୍କୁଲର ଉପାଧ୍ୟକ୍ଷ ଶ୍ରୀ ଅରୁଣ କୁମାର ହୋତା, ଡେପୁଟି ମ୍ୟାନେଜର ଆରସିଏଚ ଶ୍ରୀମତୀ ଏଲିନା ସାମଲ, ପ୍ରୋଗ୍ରାମ ଅଫିସର ଆଇସିଡିଏସ୍ ଶ୍ରୀମତୀ ସ୍ୱର୍ଣ୍ଣରେଖା ବେହେରା ଓ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.