ଜାତିକୁ ଆକ୍ଷେପ ସହ ଦୁର୍ବ୍ୟବହାର କରିଵା ଅଭିଯୋଗରେ ଯୁବକ ଗିରଫ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ ଆଦିବାସୀ ବ୍ୟକ୍ତିଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ ସଇଁତଲା ଥାନାରେ ଏକ ମାମଲା ରୁଜୁ ହୋଇଛି l ଏହି ଘଟଣାକୁ ଭିତ୍ତି କରି ଥାନା କେସ ନଂ 341/24 ଅନୁସାରେ ଭାରତୀୟ ଦଣ୍ଡ ବିଧି ଆଇନ 296 ,79,ବିଏନଏସ 3(1)(R)ଏସସିଏସଟି ମାମଲା ରୁଜୁ ହୋଇଛି l ଉକ୍ତ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇଦେଇଛି l ଗିରଫ ଅଭିଯୁକ୍ତଙ୍କ ନାମ ଶରତ ସାହୁ (34) କେରମେଲି ପଞ୍ଚାୟତ ଲାଚୁଟ ଗାଁର ବୋଲି ଜଣାପଡିଛି l

ପ୍ରକାଶ ଯେ, ଗତ 9 ତାରିଖ ଦିନ ବିଶ୍ୱ ଆଦିବାସୀ ଦିବସ ଉତ୍ସବ ଚାଲିଥିବା ବେଳେ ଆଦିବାସୀ ମହିଳା ଓ ପୁରୁଷମାନଙ୍କୁ ଦୁର୍ବ୍ୟବହାର ସହ ଜାତି ଆକ୍ଷେପ କରି ଗାଳିଗୁଲଜ କରିବା ଅଭିଯୋଗରେ ସଂଘ ସଭାପତି ପ୍ରେମାନନ୍ଦ ଭୋଇ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଉକ୍ତ ମାମଲାକୁ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଘଟଣାର ଅଧିକ ତଦନ୍ତ ଜାରୀ ରଖିଥିବା ପ୍ରକାଶ କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.