ବ୍ୟାଙ୍କକରେ ଆୟୋଜିତ ଅନ୍ତର୍ଜାତୀୟ ଶିକ୍ଷା ଇନୋଭେସନ କ୍ୟାମ୍ପରେ କଳାହାଣ୍ଡିର ମିଲନ ବିଶି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଥାଇଲାଣ୍ଡର ବ୍ୟାଙ୍କକ ସ୍ଥିତ ଏସିଆନ ଇଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ବିଜନେସ ଓ ମ୍ୟାନେଜମେଣ୍ଟ ଉପରେ ଇଣ୍ଟର ନେସନାଲ ଏଜୁକେସନ ଇନୋଭେସନ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି କ୍ୟାମ୍ପରେ କଳାହାଣ୍ଡିର ମିଲନ ବିଶିଙ୍କ ସମେତ ଭାରତରୁ ୬୫ ଜଣ ଏମବିଏ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

ଏଥିରେ ବିଶ୍ବର ବିଭିନ୍ନ ବିଶ୍ବବିଦ୍ୟାଳୟ ମ୍ୟାନେଜମେଣ୍ଟ ପ୍ରଫେସରମାନେ ଯୋଗ ଦେଇଥିଲେ। ବିଜନେସ ଓ ଏଆଇ, ଡ଼ିଜିଟାଲ ମାର୍କେଟିଂ, ଆମଦାନୀ ଓ ରପ୍ତାନୀ, ବିଜନେସ ଇନୋଭେସନ, ଉଦ୍ୟୋଗ ଓ କାରିଗରୀ କୈାଶଳ ସମେତ ବ୍ୟବସାୟୀକ ବିଭିନ୍ନ ଦିଗ ଉପରେ ଏହି ଶିବିରରେ ତାଲିମ ଦିଆଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଟିମରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକ ଅର୍ନ୍ତଗତ ଭଇରିଗୁଡା ଗ୍ରାମର ମିଲନ କୁମାର ବିଶି ସାମିଲ ହୋଇଥିଲେ। ବର୍ତ୍ତମାନ ସେ ବେଙ୍ଗାଲୁରୁସ୍ଥିତ ନିଟି ବିଶ୍ବବିଦ୍ୟାଳୟର ଏମବିଏ ମ୍ୟାନେଜମେଣ୍ଟ ଛାତ୍ରଭାବେ ଅଧ୍ୟୟନ କରୁଛନ୍ତି। ସେ କଳାହାଣ୍ଡିର ବରିଷ୍ଟ ସାମ୍ବାଦିକ ଦେବେନ୍ଦ୍ର କୁମାର ବିଶି ଓ ବନଶ୍ରୀ ବିଶି ପୁଅ ଅଟନ୍ତି। ଏଥିନେଇ ମିଲନକୁ ବିଭିନ୍ନ ମହଲରେ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.