ପରିବେଶ ସୁରକ୍ଷା ଅଭିଯାନର ଶୁଭାରମ୍ଭ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମ.ରାମପୁର ବ୍ଲକ୍ ଅନ୍ତର୍ଗତ ଡମ୍ କର୍ଲାଖୁଣ୍ଟା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଏଲ ଟି ଆଇ ମାଇଣ୍ଡ ତ୍ରି ଫାଉଣ୍ଡେସନ ସହାୟତାରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ଏକ ପରିବେଶ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି । ଏଲ ଟି ଆଇ ମାଇଣ୍ଡ ଟ୍ରୀ ଫାଉଣ୍ଡେସନ ର ଇଏସ ଜି ମୁଖ୍ୟ ଶ୍ରୀ ପ୍ରତ୍ୟୁଷ କୁମାର ପଣ୍ଡା ଉଦ୍ୟାନ ଚାରା ବଣ୍ଟନ ମାଧ୍ୟମରେ ଅଭିଯାନ କୁ ଶୁଭାରମ୍ଭ କରିଛନ୍ତି ।

ବର୍ତମାନ ଦୃତ ବେଗରେ ପରିବେଶ ଅବକ୍ଷୟ ଯୋଗୁଁ ଜନ ସମାଜରେ ତାର ବ୍ୟାପକ ପ୍ରଭାବ ପଡିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଜି ସମାଜର ସମସ୍ତ ବର୍ଗର ଲୋକ ମାନଙ୍କ ଜୀବନ ଓ ଜୀବିକା ଆସୁନ୍ତଳିତ ହୋଇଛି । ଏଠି ପାଇଁ ନୀତି ଆୟୋଗର ଆକାଂକ୍ଷି ମଦନପୁର ରାମପୁର ବ୍ଲକର ୫ ଗୋଟି ଗ୍ରାମ ପଞ୍ଚାୟତ ଯଥା ଡମକର୍ଲାଖୁଣ୍ଟା, ମାନିକେରା, ମୋହନଗିରି, ସିଂପୂର ଓ ଦେଢ଼ସୁଲିରେ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା ବିଷୟ ଶ୍ରୀ ପଣ୍ଡା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାଶକ୍ତିର ସ୍ବାସ୍ଥ୍ୟ ବିଶେଷଜ୍ଞ ଶ୍ରୀମତୀ ପ୍ରଜ୍ଞା ରାଣୀ ବାରିକ, ଜୀବିକା ବିଶେଷଜ୍ଞ ଶ୍ରୀ ବିରେନ୍ଦ୍ର ପ୍ରଧାନ, ପ୍ରକଳ୍ପ ପରିଚାଳକ ଶ୍ରୀ ଫିରୋଜ୍ ଥାଟି, ବ୍ଲକ୍ ସଂଯୋଜକ ଭାଗ୍ୟଶ୍ରୀ ରାଉତ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ ।

କାର୍ଯ୍ୟକ୍ରମରେ ୭୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଯୋଗ ଦେଇଥିବା ବେଳେ ସମସ୍ତଙ୍କୁ ଆମ୍ବ,ଲେମ୍ବୁ, ଲିଚୁ ଇତ୍ୟାଦି ଚାରା ଗଛ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ମମିତା ପୂଜାରୀ, ସମୀର ପୂଜାରୀ, ସୈରେନ୍ଦ୍ରି ସାହୁ, ସୁଦାମ ଶେଠ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.