କରାଟେ କଲର ବେଲ୍ଟ ପରୀକ୍ଷାରେ ୨୪ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଉତ୍କଳ କରାଟେ ସ୍କୁଲ ଫାଉଣ୍ଡର ସେଭେନ୍ ଡନ୍ ବ୍ଲାକ ବେଲ୍ଟ ହନସୀ ଡ଼. ହରି ପ୍ରସାଦ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଉତ୍କଳ କରାଟେ ସ୍କୁଲ ସମ୍ପାଦକ ସେକେଣ୍ଡ ଡନ୍ ବ୍ଲାକ ବେଲ୍ଟ ସେନପାଇ କ୍ଷମାନିଧି ମହାଖୁଡଙ୍କ ନେତୃତ୍ୱରେ ଲାଞ୍ଜିଗଡ଼ ବେଦାନ୍ତ କଲୋନୀ କ୍ଳବ ହାଉସ ଠାରେ କରାଟେ କଲର ବେଲ୍ଟ ପରୀକ୍ଷା ହୋଇଥିଲା। ଏଥିରେ ୨୪ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସେମାନଙ୍କୁ ଆତ୍ମରକ୍ଷା କୌଶଳ ଶିଖାଇବା ସହ ଶାରିରୀକ ଦକ୍ଷତା କିପରି ବଢ଼ାଇବା ଓ ନିଜକୁ ଏବଂ ଅନ୍ୟକୁ କିପରି ଶତ୍ରୁ କବଳରୁ କିପରି ସୁରକ୍ଷା ଦେଇ ପାରିବେ ଏହାକୁ ନେଇ ସେନପାଇ ଶ୍ରୀ ମହାଖୁଡ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବା ସହ ଆଜି ସେମାନଙ୍କ ବେଲ୍ଡ ପରୀକ୍ଷା କରାଇଥିଲେ। ସେମାନଙ୍କ ମଧ୍ୟରୁ ୟେଲୋ ବେଲ୍ଟ ପରୀକ୍ଷାରେ ମୁକ୍ତାଶ୍ରୀ ମହାପାତ୍ର, ଦିବ୍ୟାନଶୀ ମିଶ୍ର, ଶିବାନଶୀ ଶ୍ୟାମ, ଅମିତ ପାଣି, ରୁଦ୍ରାଅଂଶୁ ପ୍ରଧାନ, ଗୌତମ ପାଣି ରହିଥିବା ବେଳେ ଅରେଞ୍ଜ ବେଲ୍ଟରେ କୁଶୁମପ୍ରଭା ମାଝୀ ରହିଥିଲେ।

ସେହିପରି ଗ୍ରୀନ ବେଲ୍ଟ ପରୀକ୍ଷାରେ ଅର୍ଶିକା ପାଣ୍ଡେ, ସୋୟମ ଓଡିଆ, ମୋହିତ ବେମାଲ, ପୁଷ୍ପେନ୍ଦୁ ବିଶ୍ୱାଳ, ଶିବାନଶୀ ମିଶ୍ର, ସୋର୍ଣିମା ମହାପାତ୍ର, ହେମନ୍ତ ମଲ୍ଲିକ, ସିଏଚ ସାଇ ସ୍ୱାଶତ ରହିଥିବା ବେଳେ ବ୍ଲୁ ବେଲ୍ଟ ପରୀକ୍ଷାରେ କାବ୍ୟଶ୍ରୀ ମହାପାତ୍ର, ଆରଧ୍ୟା ଆରଧନା,ଲୋକେଶ ବିଶ୍ୱାଳ,ଅଭିଲିପ୍ସା ପଳେଇ ଭାଗ ନେଇଥିଲେ।ବ୍ରାଉନ ବେଲ୍ଟ ପରୀକ୍ଷାରେ ସୋନକ ସମଦର୍ଶୀ ସାହୁ, ଆୟୁଷ ଦୁବେ, ଆର୍ଶୀବାଦ ବାଡ଼ତିଆ, ଅର୍ପିତା ବାଡ଼ତିଆ, ଗଙ୍ଗାଧର ମଲ୍ଲିକ ଉତ୍ତୀର୍ଣ୍ଣ ହୋଇଥିଲେ। ସେନସାଇ ସୁରେଶ ଜାଲ ଯାଦବ ୫ଡନ୍ ବ୍ଲାକ ବେଲ୍ଟ ତଥା ଜାତୀୟ କିଓ ରେଫରି ଓ ଜର୍ଜ ଏହି ପରୀକ୍ଷା ପରିଚାଳନା କରିଥିବା ବେଳେ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ବେଲ୍ଟ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହି ପରୀକ୍ଷାରେ ବ୍ଲାକ ବେଲ୍ଟ କରାଟେ ଛାତ୍ର ହିତେଶ କୁମାର ମହାଖୁଡ, କିରଣ ବେମାଲ ଉକ୍ତ ପରୀକ୍ଷାରେ ସହଯୋଗ କରିଥିଲେ। ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନେ କିପରି ନିଜକୁ ସୁରକ୍ଷିତ ଓ ସୁସ୍ଥ ରହିବା ସହ କରାଟେରେ ଜାତୀୟ ପ୍ରତିଯୋଗିତାରେ କିପରି ସ୍ବର୍ଣ୍ଣ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିବେ ତାହା ଉପରେ ବାର୍ତ୍ତା ଦେଇଥିଲେ ସେନସାଇ ସୁରେଶ ଜାଲ ଯାଦବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.