ଜୟ ଜୟ ଜଗନ୍ନାଥ ପରମ କାରଣ
ଅନାଦି ଅନନ୍ତ ନିଧି ସକଳ ନିଦାନ।
ଅଖିଳ,ନିଖିଳ ଗୁରୁ ସର୍ବ ଘଟବାସୀ
ନିରାକାର,ନିରଞ୍ଜନ,ଦାରୁବ୍ରହ୍ମ ରାଶି।
ତୁମ ପାଦପଦ୍ମେ ବାର ବାର ପ୍ରଣିପାତ
ଏ ଅଧମ ଜନେଆଉ ନୁହଁ ଅସନ୍ତୋଷ ।
ସହଜେ ମୂଢ଼ ଅଜ୍ଞାନ ଭରମୁଛି ଭବେ
ଶୁଭାଶିଷ ଢାଳିମୋତେ ମୁକୁଳାଅ ବେଗେ ।
ମାୟା ମୋହ ଜାଲେ ପଡ଼ି ଭୋଗୁଛି କଷଣ ତମ ଅଗୋଚର ତାହା ନୁହେଁ ଭଗବାନ।
ଶରଣ ପଞ୍ଜର ବାନା ଉଡେ ଅନୁଖ୍ୟଣେ କାହାକୁ ଅଛପା ନାହିଁ ଚଉଦ ଭୁବନେ।
ଏତିକି ମୁଁ ଗୁହାରୁଛି ତୁମରି ନିକଟେ ପକାଅନି କେବେହେଲେ ଧରମ ସଙ୍କଟେ।
ସୁଧାଂଶୁ ଶେଖର ପାତ୍ର
ପ୍ରଶାନ୍ତି ଭୂମି, ଖସିଗୁଡା, ଚିଲିଗୁଡା
କଳାହାଣ୍ଡି,୭୬୬୦୧୪






