ନିଜ ଦେହ କଳଙ୍କ ଅନ୍ୟ ଦେହେ ବୋଳି କି ସୁଖ ଅବା ପାଇଲୁ
ଜନନୀ ଭଗିନୀ ଭଳି ବହୁମୁଖୀ ନାରୀକୁ ଜୀଅନ୍ତା ନର୍କରେ ଠେଲିଦେଲୁ ।
କ୍ଷଣ ସ୍ଥାୟୀ ସୁଖ ପାଇଁ ଭୁଲିଗଲୁ ତୁହି ହେଲୁ କାମରୁପି ରାକ୍ଷାସ
ଅନ୍ୟର ଭଗିନୀ ବୋଲି କଳଙ୍କ ଦେଲୁ ବୋଳି
ନାହିଁ କିରେ ତୋ ଅବଶୋଷ ।
ଜନନୀ ହୋଇ ଜନ୍ମ ଦେଲା ସିଏ
ମମତା ତାର ଅତଳସ୍ପର୍ଶୀ
ସେହି ନାରୀର ବିକଳ ଚିତ୍କାର
ଶୁଣି କରୁ ଦରହାସ ।
ସଳିତା ପରି ନିଜକୁ ଜାଳି
ସମାଜକୁ କରେ ଯେ ପ୍ରକାଶିତ
ତା ଦେହେ ବୋଲି କଲଙ୍କର ଲେପ
କଲୁ ତାକୁ ମର୍ମାହତ ।
ଗମାର ବୋଲି ହେଲୁ ପରିଚିତ
ସତରେ ତୁ ବଡ ନିର୍ବୋଧ
ଜାଣି ଶୁଣି କଲୁ ତୁ ଯେ
ପୁଣି ସେ ଧର୍ତ୍ତବ୍ୟ ଅପରାଧ ।
କି ଗୁଣରେ ପୁରୁଷ ତୁହି
କାହିଁ ତୋ ପୁରୁଷତା
ଅବଳା ଦୁର୍ବଲା ଭାବି କଲୁ ଅତ୍ୟାଚାର
ନାହିଁ କିରେ ତୋ ମନୁଷ୍ୟତା ।
ହେ ଜ୍ଞାନୀ ଗୁଣି ଗୁରୁଜନ
ତୁମେଯେ ବଡ ବିଦ୍ୱାନ
କରୁଛି ଗୁହାରି କରି ସତ ସତ ନମନ
ସୃଷ୍ଟିକାରିଣୀ ସିଏ ଦିଅ ତା କର୍ମର ସମ୍ମାନ ।