ପ୍ରଗତି ଶିକ୍ଷାନୁଷ୍ଠାନରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ୍): କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ପ୍ରଗତି ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନ ପରିସରକୁ ନିଶାମୁକ୍ତ କରିବା ସହିତ ବର୍ତ୍ତମାନ ସମୟର ଯୁବବର୍ଗ ଏହି ନିଶା ସେବନରୁ କିପରି ନିବୃତ୍ତ ରହିବେ ସେହି ବିଷୟ ଆଲୋଚନା ହେବା ସହିତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ପ୍ରତିଜ୍ଞା କରି କହିଥିଲେ, “ଯୁବଶକ୍ତି ହେଉଛି ଯେକୌଣସି ରାଷ୍ଟ୍ରର ଶକ୍ତି ଏବଂ ଯୁବଶକ୍ତିର ସମାଜ ତଥା ଦେଶର ବିକାଶରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି।

Omkar Vasthu
Omkar Vasthu

ତେଣୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ, ସର୍ବାଧିକ ସଂଖ୍ୟକ ଯୁବକ ଯୁବତୀ ନିଶାମୁକ୍ତ ଭାରତ ଅଭିଯାନରେ ସାମିଲ ହୁଅନ୍ତୁ। ଦେଶର ଏହି ଆହ୍ୱାନକୁ ସ୍ୱୀକାର କରି ଆଜି ଆମେ ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ଏକଜୁଟ ହୋଇ ସଂକଳ୍ପ ନେଉଛୁ ଯେ କେବଳ ସମ୍ପ୍ରଦାୟ, ପରିବାର, ବନ୍ଧୁବାନ୍ଧବ ନୁହେଁ, ବରଂ ଆମେ ମଧ୍ୟ ନିଶାମୁକ୍ତ ହେବୁ, କାରଣ ପରିବର୍ତ୍ତନର ଆରମ୍ଭ ଆମଠାରୁ ହେବା ଉଚିତ।” 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ପରିପ୍ରେକ୍ଷୀରେ ପ୍ରଗତି ଅନୁଷ୍ଠାନର ମୁଖ୍ୟ ଅଜୟ କୁମାର ପଣ୍ଡା, ଅଧ୍ୟକ୍ଷ ତାପସ ପରିମାଣିକ, ଶେଷଦେବ ମୁଣ୍ଡ, ଚିନ୍ମୟ ଗୁରୁ, ପ୍ରଣବ କୁମାର ପଣ୍ଡା, ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଣ ଶୈକ୍ଷିକ କର୍ମଚାରୀ ତଥା ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଦେଶକୁ ନିଶାମୁକ୍ତ କରିବା ପାଇଁ ପ୍ରତିଜ୍ଞା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.