‘ନୂତନ ଜୀବନ’ ଉପରେ ମନସ୍ତାତ୍ତ୍ୱିକ କର୍ମଶାଳା ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଗତ ଦୁଇ ଦିନ ଧରି ଶ୍ରୀ ଅରବିନ୍ଦ ପାଠଚକ୍ରର ଏକ ମଣ୍ଡଳ ସ୍ତରୀୟ ସ୍ବାସ୍ଥ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ତିନୋଟି ଜିଲ୍ଲାକୁ ନେଇ ଗଠିତ ଶାନ୍ତିମଣ୍ଡଳ ସହ ୩୦ ଟି ଜିଲ୍ଲାରୁ ୪୨ ଜଣ ଶିକ୍ଷକ ପ୍ରତିନିଧି ଏବଂ ସ୍ଥାନୀୟ ଶିକ୍ଷାକେନ୍ଦ୍ରର ଅପା ଓ ଭାଇ ମାନେ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

ଶିଶୁ ଠାରୁ କିଶୋର ବୟସରେ ବିଭିନ୍ନ ବିକାଶ ଧାରା ଓ ମନସ୍ତାତ୍ତ୍ୱିକ ପ୍ରଭାବ ତଥା ମାର୍ଜିତ ନୂତନ ଜୀବନ ବିଷୟରେ ଆଲୋଚନା ହୋଇଥିଲା। ଶିକ୍ଷାବିତ୍ ସୁଶ୍ରୀ ରେଣୁକା ମିଶ୍ର, ଡ. ଜ୍ୟୋତି ରଂଜନ ବହିଦାର, ଡ. ମଦନ ମୋହନ ପ୍ରଧାନ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ ଚାରୋଟି ପର୍ଯ୍ୟାୟରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ଼ା. ଦୁର୍ଗାଦତ୍ତ ଦାଶ, ଡ଼ା. ଅରବିନ୍ଦ ମହାପାତ୍ର, ଡ଼ା. ପ୍ରକାଶ ଦଣ୍ଡସେନା, ଡ଼ା ପ୍ରଶାନ୍ତ ପାତ୍ର, ଡ଼ା. ସୁଜାତା ଦାସ, ଇନ୍ଦୁରେଖା ବେହେରା, ଡ଼ା. ରେଣୁବାଳା ସାମଲ, ଡ଼ା. ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ଛାତ୍ରମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଡ଼ା. ସରୋଜ କୁମାର ପଟେଲ, ଡ଼ା. ଚିତ୍ତ ରଞ୍ଜନ ସାହୁ, ଡ଼ା. ମଦନ ମୋହନ ପ୍ରଧାନ, ଡ଼ା. ତୋଫାନ ପତି ଏବଂ ସିଡିପିଓ ମଞ୍ଜୁଲତା ସ୍ୱାଇଁ ଆଲୋଚନା ପୂର୍ବକ ପ୍ରତିଷେଧକ ବ୍ୟବସ୍ଥା ଓ ପଦକ୍ଷେପ ଗୁଡିକ ବିଶଦ ଆଲୋଚନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପ୍ରଥମ ସାନ୍ଧ୍ୟ ଅଧିବେଶନରେ ଡ଼ା. ତୋଫାନ ପତି “ସାଂପ୍ରତିକ ଜୀବନ ଏବଂ ମାର୍ଗ” ବିଷୟ ରେ ଓ ଡ. ଚିତ୍ତ ରଞ୍ଜନ ସାହୁ “ନୂତନ ଜୀବନ” ସମ୍ୱନ୍ଧରେ ଆଲୋଚନା କରିଥିଲେ ଏଥିରେ ଶତାଧିକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ପରଦିନ ଅଧିବେଶନରେ ଡ. ଅଧିର ରଞ୍ଜନ ସାହୁ (ଅବସର ପ୍ରାପ୍ତ ବୈଜ୍ଞାନିକ) ଉଦ୍ଭିଦ, ପରିବେଶ ଓ ଔଷଧୀୟ ବୃକ୍ଷାଲତା ସମ୍ବନ୍ଧରେ ଆଲୋକପାତ କରିଥିବା ବେଳେ ପ୍ରାଥମିକ ଚିକିତ୍ସା ଓ ଉପଚାର ବିଷୟରେ ବରିଷ୍ଠ ଶିକ୍ଷାବିତ୍ ଓ ତାଲିମଦାତା ବିପିନ ବିହାରୀ କର ଶିକ୍ଷକ ପ୍ରତିନିଧି ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଅପରାହ୍ନ ୫ ଟା ବେଳେ ଦୁଇ ଦିନିଆ ସମ୍ମିଳନୀ ଉଦଯାପନୀ ଅବସରରେ ମା ଶ୍ରୀ ଅରବିନ୍ଦଙ୍କୁ କୃତଜ୍ଞତା ଓ ସମସ୍ତ ସମସ୍ତ ସହଯୋଗୀ, ଶୁଭେଚ୍ଛୁ ତଥା କର୍ମକର୍ତା ମାନଙ୍କୁ ମଣ୍ଡଳ ଆବାହକ ମଦନ ମୋହନ ଦାନୀ ଧନ୍ୟବାଦ୍ ଜ୍ଞାପନ କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ଅନେକ ମାତୃକର୍ମୀ ଏବଂ ସ୍ଥାନୀୟ ଶିକ୍ଷା କେନ୍ଦ୍ରର ଅପା, ଭାଇ, ଶିକ୍ଷକ ବୃନ୍ଦ ତଥା କର୍ମକର୍ତା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.