କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ପାଇଁ ଡିଆଇଇଟି ପକ୍ଷରୁ ସିଆରସିସିଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଭବାନୀପାଟଣା ସ୍ଥିତ କଳାହାଣ୍ଡି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ପାଇଁ ଡିଆଇଇଟି ପକ୍ଷରୁ ସିଆରସିସିଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଡିଆଇଇଟି ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର, ସମ୍ମାନିତ ଅତିଥି ଏଡିଇଓ ପବିତ୍ର ମୋହନ ସାହୁ, ଜବାହାର ନବୋଦୟ ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ନବକିଶୋର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ସଭାପତିତ୍ବ କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ଦେଶବନ୍ଧୁ ସାହୁ। ସଭା ପରିଚାଳନା କରିଥିଲେ କାର୍ଯ୍ୟକ୍ରମ ସଂଯୋଜକ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା। ଏଥିରେ ଜିଲ୍ଲାର ୧୩ଟି ବ୍ଲକର ସମସ୍ତ ସିଆରସିସି ଯୋଗ ଦେଇଥିଲେ।

Omkar Vasthu
Omkar Vasthu

ଆଗାମୀ ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା କ୍ଲଷ୍ଟର ସ୍ତରୀୟ ମାସିକ ବୈଠକର ଏଫ୍ଏଲ୍ଏନ୍ ପାଠ ଯୋଜନା ପ୍ରସ୍ତୁତି, ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପାଇଁ ପ୍ରସ୍ତୁତି ଏବଂ ବିଲଡିଂ ବ୍ଲକ ଏପ୍ ଉପରେ ଆଲୋଚନା ହୋଇଥିଲା। ସାଧନ କର୍ମୀ ଭାବରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ନିହାରିକା ଦେବୀ, ଡ. ଦିଗାମ୍ବର ନାୟକ, ପ୍ରତୀକ୍ଷା ପ୍ରତିଶୃତି, ସୁନୀତା ଦୁର୍ଗା, ସଞ୍ଜୟ ଶବର, ଅଚ୍ୟୁତାନନ୍ଦ ମଲ୍ଲିକ, ରାଜୀବ ଲୋଚନ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.